thumbnail

By ETV Bharat Odisha Team

Published : Oct 17, 2023, 8:32 AM IST

ETV Bharat / Videos

ଇଣ୍ଡିଆନ ଆଇଡଲ ମଞ୍ଚରେ ଚମିକିଲେ ଓଡ଼ିଆ ଡାକ୍ତର,ବୃତ୍ତିର ଆଢୁଆଳରେ ବାଣ୍ଟୁଛି ସଂଗୀତର ସଞ୍ଜୀବନୀ

ଭୁବନେଶ୍ବର: ସୋନି ଟିଭିରେ ପ୍ରସାରିତ ଇଣ୍ଡିଆନ ଆଇଡଲରେ ଚମକିଲେ ଓଡ଼ିଆ ଡାକ୍ତର ରୋହନ ବିଶ୍ବାଳ। କଣ୍ଠର ଯାଦୁରେ ଜଜ୍‌ଙ୍କ ମନ ଜିଣିଲେ ରୋହନ । ଇଣ୍ଡିଆନ ଆଇଡଲର 14ତମ ସିଜିନ୍‌ରେ ଅଡିସନ ଦେଇଥିବା ବେଳେ ରୋହନଙ୍କୁ ସିଧା ଗୋଲ୍ଡେନ୍‌ ଟିକେଟ ମିଳିଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି ଡାକ୍ତର ରୋହନ ବିଶ୍ବାଳ । ମେଡିକାଲରେ ରୋଗୀଙ୍କୁ ଔଷଧ ଦେଇ ରୋଗ ଭଲ କରୁଥିବା ମଣିଷଟି ନିଜର ବୃତ୍ତିର ଆଢୁଆଳରେ ସଂଗୀତର ଯାଦୁରେ ମତୁଆଲା ବି କରୁଛନ୍ତି । ରୋହନଙ୍କ ସେବାର ସାରେଗାମାପାକୁ ନେଇ ଆଜି ସାରା ଦେଶରେ ଚର୍ଚ୍ଚା । ଜଣେ ଡାକ୍ତରଙ୍କ ଏଭଳି ସଂଗୀତ ପ୍ରେମ ଦେଖି ଖୋଦ ବଲିଉଡ ସିଙ୍ଗର ତଥା ଇଣ୍ଡିଆନ ଆଇଡଲର ଜଜ୍ ସାନୁ ମଧ୍ୟ ପ୍ରଶଂସା କରିଥିଲେ । ଏପରିକି ରୋହୋନଙ୍କ ଅନୁରୋଧ କ୍ରମେ ଭିଡିଓ କଲ୍ କରି ମେଡିକାଲ ଓ୍ବାର୍ଡରେ ଚିକିତ୍ସିତ ହେଉଥିବା କୁନିକୁନି ପିଲାଙ୍କ ସହିତ କଥା ହୋଇ ସେମାନଙ୍କ ମନ ପସନ୍ଦର ଗୀତ ଗାଇ ଶୁଣାଇଛନ୍ତି କୁମାର ସାନୁ । ଇଣ୍ଡିଆ ଆଇଡଲ୍‌କୁ ଅନେକ ପ୍ରତିଭା ଆସିଥାଆନ୍ତି । ଭିନ୍ନ ଭିନ୍ନ ବୃତ୍ତିରେ ଥିବା ବ୍ୟକ୍ତିମାନେ କିଭଳି ଭାବରେ ସଂଗୀତକୁ ଗଭୀର ଭାବରେ ଭଲ ପାଇଥାନ୍ତି ତାହା ଦେଖିବାକୁ ମିଳେ ଇଣ୍ଡିଆନ ଆଇଡଲ ମଞ୍ଚରେ । ହେଲେ ରୋହନଙ୍କ ପରି ଜଣେ ଏମବିବିଏସ ଡାକ୍ତରଙ୍କ ମ୍ୟୁଜିକ ପ୍ରେମ ଏବଂ ଇଣ୍ଡିଆନ ଆଇଡଲରେ ପହଞ୍ଚିବା ସମସ୍ତ ଜଜଙ୍କୁ ପ୍ରଭାବିତ କରିଥିଲା। ରୋହନ ମଞ୍ଚକୁ ଯିବା ପରେ ନିଜର ପରିଚୟ ଦେଇ ଜଣେ ଡାକ୍ତର ବୋଲି କହିଥିଲେ । ୱାର୍ଡ୍‌ରେ ଯେତେବେଳେ ଛୋଟ ପିଲାମାନେ ଅସୁସ୍ଥ ରହିଥାନ୍ତି ସେମାନଙ୍କ ମାଆ ମାନେ ମଧ୍ୟ ମନ ଦୁଃଖରେ ରହିଥାଆନ୍ତି ।  ସେହି ସମୟରେ ପିଲାଙ୍କ ଓ ତାଙ୍କ ମାଆ ମାନଙ୍କ ମନ ପରିବର୍ତ୍ତନ କରିବା ଲାଗି ସେ ଗୀତ ଗାଇଥାଆନ୍ତି ବୋଲି ମଞ୍ଚରେ କହିଥିଲେ । ଏବେ ରୋହନ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ପେଡିଏଟିକ୍ ହଲରେ କାର୍ଯ୍ୟ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-  ଇଣ୍ଡିଆନ ଆଇଡଲରେ ନଜର ଆସିବେ ଓଡିଆ ପୁଅ ପ୍ରଭୁପଦ, ଦେଖନ୍ତୁ ସ୍ବତନ୍ତ୍ର ସାକ୍ଷାତକାର

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.