OAS Result Out: ଓଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଚାଷୀଘର ଝିଅ ସୁଚେତା

By

Published : Aug 1, 2023, 9:20 AM IST

thumbnail

ଯାଜପୁର: ସୋମବାର ପ୍ରକାଶ ପାଇଛି ଓଏସ ପରୀକ୍ଷା ଫଳ।  225 ରାଙ୍କ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ସୁଚେତା ମିଶ୍ର । ବ୍ୟାସନଗର ପୌର ପରିଷଦ ସୋବରା ଅଞ୍ଚଳର ବିଜୟ କୁମାର ମିଶ୍ରଙ୍କ ଝିଅ ହେଉଛନ୍ତି ସୁଚେତା । ତାଙ୍କ ବାପା ଜଣେ ଚାଷୀ ହୋଇଥିବା ବେଳେ ସେ ଏବେ ଓଏସ୍‌ ପରୀକ୍ଷାରେ ସଫଳତା ପାଇଛନ୍ତି।  ଘରର ବଡ଼ ଝିଅ ସୁଚେତା । ଦିନକୁ ସେ 5 ଘଣ୍ଟା ଟିଉସନ କରି ଯେତିକି ଅର୍ଥ ଆସେ ନିଜ ପାଠପଢା ସାଙ୍ଗକୁ ଭଉଣୀ ଓ ଭାଇକୁ ପଢାଇ ଥାନ୍ତି l ଅନେକ ସମସ୍ୟା ଥାଇ ମଧ୍ୟ ସେ ପଛ ଘୁଞ୍ଚା ଦେଇନଥିଲେ । ଭାଇ ଭଉଣୀଙ୍କୁ ଦେଖିବା ସହ ନିଜ ସ୍ବପ୍ନକୁ ପୁରା କରିବାକୁ ଚେଷ୍ଟା ଜାରି ରଖିଥିଲେ।  ନିଜେ କିଭଳି ଓସିଏସ ପରୀକ୍ଷାରେ ସଫଳତା ପାଇବେ ଦିନ ରାତି ପରିଶ୍ରମ କରୁଥିଲେ । ପ୍ରଥମ ଥର ପରୀକ୍ଷା ଦେଇ ସୁଚେତା ବିଫଳତା ପାଇଥିବା ବେଳେ ଧୌର୍ଯ୍ୟର ସହ ଦ୍ୱିତୀୟ ଥର ଓଏଏସ୍‌ ପରୀକ୍ଷାରେ ସଫଳତା ପାଇଥିବା ନିଜର ପତିକ୍ରିୟାରେ କହିଛନ୍ତି ।  

ଏହା ମଧ୍ୟ ପଢନ୍ତୁ-OPSC OAS Result Out: ଲିପ୍ସା ଭାରତୀଙ୍କୁ ନିଷ୍ଠା ଆଣିଦେଇଛି ସଫଳତା, ୧୯ ନମ୍ବର ରାଙ୍କରେ ଅନୁଗୋଳର ଝିଅ

ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.