ନୂଆପଡାରେ କାଳବୈଶାଖୀ, ଗରମରୁ ଜିଲ୍ଲାବାସୀ ଆଶ୍ବସ୍ତି

🎬 Watch Now: Feature Video

thumbnail

By

Published : Apr 21, 2023, 5:42 PM IST

ନୂଆପଡା: ନୂଆପଡାରେ କାଳବୈଶାଖୀ ପ୍ରଭାବ । ଘୂର୍ଣ୍ଣିଝଡ଼ ସହ ସାମାନ୍ୟ  ବୃଷ୍ଟିପାତ ହୋଇଥିବା ସୂଚନା ମିଳିଛି। କାଳବୈଶାଖୀ ପ୍ରଭାବରେ ଜିଲ୍ଲା ର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି ।  ଗ୍ରୀଷ୍ମପ୍ରବାହ ତାତିରେ ଲୋକେ ଡହଳ ବିକଳ ହେଉଥିବା ବେଳେ, କାଳବୈଶାଖୀ ବୃଷ୍ଟିପାତ ପାଇଁ ଲୋକେ ଆଶସ୍ତି ଲାଭ କରିଛନ୍ତି । ଜିଲ୍ଲାରେ ଗତ ମଧ୍ୟରାତ୍ରୀରେ ପ୍ରବଳ ବେଗରେ ପବନ ହୋଇଥିବା ବେଳେ ଆଜି ସକାଳରେ ମେଘୁଆ ପାଗ ସହିତ ସାମାନ୍ୟ ବୃଷ୍ଟିପାତ ହୋଇଛି । ସେହିପରି ଜିଲ୍ଲାର କୋମନା, ନୂଆପଡା, ଖଡ଼ିଆଳ, ବୋଡେନ, ସିନାପାଲି ବ୍ଲକ ଅଞ୍ଚଳରେ ମେଘୁଆ ପାଗ ଲାଗି ରହିଛି । ଗ୍ରୀଷ୍ମପ୍ରବାହରେ ଜନ ଶୂନ୍ୟ ହୋଇପଡୁଥିବା ରାସ୍ତାଘାଟ ଆଜି ଲୋକଙ୍କ ଚଳ ପ୍ରଚଳରେ ଲୋକାରଣ୍ୟ ହୋଇ ପଡିଛି । ସାମାନ୍ୟ ବୃଷ୍ଟିପାତରେ ମଣିଷ ଠାରୁ ଆରମ୍ଭକରି କୀଟ ପତଙ୍ଗ ଜୀବ ଜନ୍ତୁ ସମସ୍ତେ ଆଶସ୍ତି ଲାଭ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ-ମୋଦିଙ୍କୁ ବରିଷ୍ଠ ନେତା ଈଶ୍ବରପ୍ପାଙ୍କ ଦୃଢୋକ୍ତି, କହିଲେ କର୍ଣ୍ଣାଟକରେ ଫୁଟିବ ପଦ୍ମ

ଇଟିଭି ଭାରତ, ନୂଆପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.