ମା' ମାଣିକେଶ୍ବରୀଙ୍କ ନବାନ୍ନ ଲାଗି ଲଗ୍ନ ଧାର୍ଯ୍ୟ, ଚଳଚଞ୍ଚଳ କଳାହାଣ୍ଡି ଜିଲ୍ଲା

🎬 Watch Now: Feature Video

thumbnail

ଭବାନୀପାଟଣା: ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ ନୂଆଖାଇ । ଏହି ପର୍ବ ସାରା ପଶ୍ଚିମ ଓଡିଶାରେ ଖୁବ୍ ଧୁମଧାମରେ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ରହିଛି କିଛି ନିଆରା ପରମ୍ପରା । ଏଠାରେ ପର୍ଯ୍ୟାୟ କ୍ରମେ ପାଳନ ହୁଏ ନୂଆଖାଇ । ପ୍ରଥମେ ସପ୍ତପୁରୀ ଅମାବାସ୍ୟା ପର ଦିନ ଜିଲ୍ଲାର କେସିଙ୍ଗା ବ୍ଲକ ପଥର୍ଲା, ବାହାଦୂର ପଦର ପଲସାପଡ଼ା ଆଦି ଅଞ୍ଚଳର 5 ହଜାରରୁ ଊର୍ଦ୍ଧ୍ବ ଲୋକେ ନୂଆ ଖାଇଥାନ୍ତି । ପରେ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଜିଲ୍ଲାର ଅନେକ ଅଞ୍ଚଳରେ ନୂଆଁଖାଇ ପାଳନ ହୁଏ । ପୁଣି ଦଶମୀ ତିଥିରେ ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ପରେ ସମସ୍ତ ଗଡ଼ଜାତ ଅଞ୍ଚଳରେ ପାଳିତ ହୋଇଥାଏ ନୂଆଖାଇ । ଏହି ମହାନ ପରମ୍ପରା ଅବସରରେ ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାନ୍ନ ଲାଗି ନେଇ ଲଗ୍ନ ଧାର୍ଯ୍ୟ ହୋଇଛି । ତେବେ ଆସନ୍ତା ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି ୨୪.୦୯.୨୦୨୩ ସକାଳ ୬.୩୦ ମିନିଟରୁ ୮ଘଣ୍ଟା ୫୦ ମିନିଟ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ଠାରେ ଲାଗି ହେବ ନବାନ୍ନ । ପରେ ସର୍ବସାଧାରଣ ଦିନ ୦୧.୧୦ ମିନିଟରୁ ୩ ଘଣ୍ଟା ମଧ୍ୟରେ ନୂଆଖାଇ ପାଳନ ନେଇ ସମୟ ଧାର୍ଯ୍ୟ ହୋଇଛି । ଏନେଇ କଳାହାଣ୍ଡି ମହାରାଜଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଲଗ୍ନ ଘୋଷଣା ହେବାପରେ ଜିଲ୍ଲାର ଗଡ଼ଜାତ ଅଞ୍ଚଳ  ଚଳଚଞ୍ଚଳ ହୋଇ ଉଠିଛି ।

ଏହା ମଧ୍ୟ ପଢ଼ନ୍ତୁ...ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.