କୁଖ୍ୟାତ ଡକାୟତ ସେକ ବାବୁ ଗିରଫ, ଚୋରି ସମୟରେ ଫ୍ରିଜରୁ ଖାଏ ଖାଦ୍ୟ

By

Published : Jul 31, 2023, 6:23 PM IST

thumbnail

କଟକ: କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ମଙ୍ଗଳାବାଗ ପୋଲିସ ହାତରେ ଧରା ପଡିଛି କୁଖ୍ୟାତ ଡକାୟତ ସେକ ବାବୁ ଓରଫ ସେକ ରଫିକ । ଅଭିଯୁକ୍ତ ଠାରୁ ୨୧ ଲକ୍ଷ ଟଙ୍କାର ଚୋରି ସାମଗ୍ରୀକୁ ଜବତ କରିଛି ପୋଲିସ। ଦୁଇଶହ ୯୫ ଗ୍ରାମ ସୁନା ଅଳଙ୍କାର, ୨ କେଜି ରୂପା ଅଳଙ୍କାର, ୨ ଲକ୍ଷ ନଗଦ ଟଙ୍କା ,୨ଟି ଲ୍ୟାପଟପ, ୧୦ଟି ମୋବାଇଲ, ୨ କ୍ୟାମେରା ଏବଂ ଚୋରି କରିବାରେ ବେବହୃତ ଦୁଇଟି ରଡ଼ ଜବତ କରାଯାଇଛି । ତେବେ ବାବୁ ନାଁରେ ପୂର୍ବରୁ ବିଭିନ୍ନ ଥାନା ରେ ୯ଟି ମାମଲା ରହିଥିବା କଟକ ଡିସିପି ସୂଚନା ଦେଇଛନ୍ତି । ଅଭିଯୁକ୍ତ ସେକ ବାବୁର ଘର ଜଗତପୁର ପୀରବଜାର ଅଞ୍ଚଳରେ ଥିବାବେଳେ ସେ କଟକର ବିଭିନ୍ନ ସ୍ଥାନକୁ ଯାଇ ଚୋରି କରେ । ଶୂନଶାନ ସ୍ଥାନରେ ଥିବା ଘର ବା  କେହି ରହୁନଥିବା ଘରକୁ ସେ ଟାର୍ଗେଟ କରେ ଆଉ ତା' ପୂର୍ବରୁ ସେ ରେକି କରିଥାଏ । 

ରାତିରେ ଯାଇ ଘରର ଝରକା ତାଡି ଘରକୁ କଳାକନା ବୁଲାଇ ଫେରାର ହୋଇଯାଏ । ସବୁଠାରୁ ରୋଚକ କଥା ହେଉଛି ଚୋରି କରିବାକୁ ଆସି ଭୋକ ହେଲେ ଫ୍ରିଜ ଖୋଲିକି ଖାଦ୍ୟ ମଧ୍ୟ ଖାଏ । ଏକଥାକୁ ନିଜେ ସ୍ୱୀକାର କରିଛି ଅଭିଯୁକ୍ତ । ତେବେ ବକ୍ସି ବଜାର ମଙ୍ଗଳାବାଗ ଓ ବିଡାନାସୀ ଅଞ୍ଚଳରେ ଚୋରି ଘଟଣାରେ ପୋଲିସ ଅଭିଯୁକ୍ତ ବାବୁକୁ ଗିରଫ ଆଜି କୋର୍ଟ ଚାଲାଣ କରିଛି । ତେବେ ସେକ ରଫିକ ଚୋରି ସମୟରେ ଖାଦ୍ୟ ଦେଖିଲେ ରହି ପାରେନି। ଫ୍ରିଜରେ ଯାହା ଥାଏ ତାହକୁ ଖାଇଦିଏ । ଏନେଇ ପୋଲିସର ପଚରାଉଚରା ସମୟରେ ଅଭିଯୁକ୍ତ କହିଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.