Unique Idea: ଖାଲି ବସ୍ ନୁହେଁ, ଏଠାରେ ଚଳପ୍ରଚଳ ହେଉଛି ଯାତ୍ରୀ ବିଶ୍ରାମାଗାର - ମୋବାଇଲ ବସ ୱେଟିଂ ସେଡ
🎬 Watch Now: Feature Video
ଥିରୁଅନନ୍ତପୁରମ: ଏଠାରେ ଖାଲି ବସ ନୁହେଁ, ଯାତ୍ରୀ ବିଶ୍ରାମାଗାର ବା ବସ ୱେଟିଂ ସେଡ୍ ମଧ୍ୟ ଚଳପ୍ରଚଳ କରୁଛି (Mobile Bus Waiting Shed) । ଏହା କୌଣସି କାଳ୍ପନିକ କାହାଣୀ ନୁହେଁ, ବାସ୍ତବରେ କେରଳ କସାରଗୋଡ଼ା ଠାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରକୃତ କଥା ହେଉଛି ଏଠାରେ ମୋବାଇଲ ବସ ୱେଟିଂ ସେଡ୍ ପ୍ରସ୍ତୁତ କରାଯାଇଛି । କସାରଗୋଡାରେ ହାଇୱେ ସମ୍ପ୍ରସାରଣ ପାଇଁ ଯାତ୍ରୀ ବିଶ୍ରାମାଗାର ବା ୱେଟିଂ ହଲ ଭଙ୍ଗାଯିବା ପରେ ପାଖ କିଛି ଯୁବଗୋଷ୍ଠୀ ନିଜ ବୁଦ୍ଧି ବଳରେ ଏପରି ମୋବାଇଲ ୱେଟିଂ ହଲ ପ୍ରସ୍ତୁତ କରିଛନ୍ତି । ମାତ୍ର ୧୦ ଦିନ ମଧ୍ୟରେ ସେମାନେ ଏପରି ୱେଟିଂ ହଲ୍ ନିର୍ମାଣ କରିଛନ୍ତି । ଫଳରେ ଲୋକେ ଖରା ଦାଉରୁ ରକ୍ଷା ପାଇବା ପାଇଁ ଏହା ମଧ୍ୟରେ ଆଶ୍ରୟ ନେଉଛନ୍ତି ।
Last Updated : Feb 3, 2023, 8:34 PM IST