ଝାରସୁଗୁଡାରେ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଆନ୍ଦୋଳନ - ଝାରସୁଗୁଡାରେ ବେସରକାରୀ ଅଧ୍ୟାପକ ସଂଘ ଆନ୍ଦୋଳନ
🎬 Watch Now: Feature Video
Published : Nov 25, 2023, 9:44 AM IST
ଝାରସୁଗୁଡା: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାର ଗୁରୁଦାୟ୍ବିତ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ଅଧ୍ୟାପକଙ୍କ ଉପରେ ରହିଛି । ହେଲେ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଉତ୍ସର୍ଗୀକୃତ ଏହି ଗୁରୁଙ୍କ ଦୁଃଖ ବୁଝିବ କିଏ ! ଅଧ୍ୟାପକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ କରୁଥିବା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଶୁକ୍ରବାର ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବିଗୁଡିକ ଶୀଘ୍ର ସମାଧାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି ।
ଏହା ମଧ୍ୟ ପଡ଼ନ୍ତୁ... ଶ୍ରମିକ ଶୋଷଣ ବିରୋଧରେ ପ୍ରତିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଏଆଇଟିୟୁସି
ଗତ ବର୍ଷ ଏପ୍ରିଲ ମାସରୁ ଶହ ଶହ ଅଧ୍ୟାପକ ଅହୋରତ୍ର ଧାରଣା ଦେଇଛନ୍ତି । ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାରୀ ଘୋଷଣା କରି ତାହା କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଛି । କିନ୍ତୁ ସରକାର ଏ ଦିଗରେ ଧ୍ୟାନ ଦେଉନଥିବା କହିଛନ୍ତି ଅଧ୍ୟାପକ ସଂଘ । ଯେପର୍ଯ୍ୟନ୍ତ ତାଙ୍କର ଦାବି ପୂରଣ ନହେବ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ଅଧ୍ୟାପକ ।
ଇଟିଭି ଭାରତ, ଝାରସୁଗୁଡା