ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟ, କେନ୍ଦୁଝରରେ ତମାଖୁ ନିଷେଧ ଦିବସ ପାଳିତ

By

Published : May 31, 2023, 6:22 PM IST

thumbnail

କେନ୍ଦୁଝର: ତମାଖୁ ସେବନ କ୍ରମାଗତ ଭାବରେ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସମସ୍ୟା ଭାବେ ମୁଣ୍ଡଟେକିଛି । ନିଶା ଦ୍ରବ୍ୟ ସେବନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥିବାବେଳେ ତମାଖୁ ବ୍ୟବହାର ପରିବାର ଉପରେ ଆର୍ଥିକ ଏବଂ ସାମାଜିକ ବୋଝର କାରଣ ପାଲଟିଛି । ତମାଖୁ ବ୍ୟବହାର କରିବାର ନକରାତ୍ମକ ପ୍ରଭାବ ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମେ' 31ରେ ବିଶ୍ୱ ତମାଖୁ ନିଷେଧ ଦିବସ ପାଳନ କରାଯାଏ । ଏହି ତମାଖୁ ନିଷେଧ, ସୁସ୍ଥ ଜୀବନ ଓ ସମାଜ ଗଠନ ପାଇଁ ଅଣ୍ଟା ଭିଡ଼ିଛି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ।

ତମାଖୁ ମୁକ୍ତ ସମାଜ ଗଠନ ନେଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ ଆହ୍ୱାନକୁ କାର୍ଯ୍ୟକାରୀ କରିବା ପାଇଁ ବ୍ରହ୍ମ କୁମାରୀ ସଂଗଠନ ପକ୍ଷରୁ ସଚେତନତା ସୃଷ୍ଟି ଅଭିଯାନ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଶାଖା ପକ୍ଷରୁ ସ୍ଥାନୀୟ ଡିଏନ ହାଇସ୍କୁଲ ନିକଟସ୍ଥ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରିଥିଲା । ହାତରେ ପ୍ଲାକାର୍ଡ, ବ୍ୟାନର ଧରି ଅନୁଷ୍ଠାନର ସଦସ୍ୟମାନେ ସଚେତନତା ଶୋଭାଯାତ୍ରା ଆରମ୍ଭ କରିଥିଲେ । ଶୋଭାଯାତ୍ରାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ପତାକା ଦେଖାଇ ଉଦଘାଟନ କରିଥିବାବେଳେ ରାଜଯୋଗ ଦ୍ୱାରା ତମାଖୁ ମୁକ୍ତ ସମାଜ ଗଠନ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ । ସଂଗଠନର ଶତାଧିକ ସଦସ୍ୟ ସଚେତନତା ବାର୍ତ୍ତା ସହ ସହର ପରିକ୍ରମା କରିଥିଲେ । ଆଗାମୀ ଦିନରେ ଏଭଳି ସଚେତନତା ଅଭିଯାନ ଜାରି ରହିବା ସହ ରାଜଯୋଗକୁ ଆପଣାଇବା ପାଇଁ ପ୍ରୟାସ ଜାରି ରହିବ ବୋଲି ସଞ୍ଚାଳିକା ପ୍ରକାଶ କରିଛନ୍ତି ।  

ତେବେ ସିଗାରେଟ୍ ଏବଂ ବିଡି ଧୂଆଁ କେବଳ ବ୍ୟକ୍ତି ଉପରେ ନୁହେଁ ବରଂ ଆଖପାଖରେ ରହୁଥିବା ଶିଶୁ, ମହିଳା ଓ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ । ଫଳରେ ବ୍ୟବହାରକାରୀଙ୍କ ଉପରେ କ୍ୟାନ୍ସର ଭଳି ରୋଗ ଦେଖାଯାଉଥିବା ବେଳେ ଛୋଟଛୁଆଙ୍କ ଉପରେ ସ୍ମୃତିଶକ୍ତି ହରାଇବା ଏବଂ ଶ୍ବାସରୋଗ ଭଳି ସମସ୍ୟା ଦେଖାଯାଇଥାଏ । ତେବେ ଚଳିତବର୍ଷ  ତମାଖୁ ସେବନର କୁପ୍ରଭାବ ବାବଦରେ ଲୋକଙ୍କୁ ସଚେତନ କରାଇବା ସହ ତମାଖୁ ସେବନ ଜନିତ ସ୍ବାସ୍ଥ୍ୟ ସମସ୍ୟା, ଏହାର ଭୟାବହତା ଏବଂ ଏଥିରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଛି ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ । ତେବେ ପ୍ରତିବର୍ଷ ଏହି ଲକ୍ଷ୍ଯ ନେଇ ବିଶ୍ବ ତମାଖୁ ନିଷେଧ ଦିବସ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷର ଥିମ୍‌ ରହିଛି 'ଆମକୁ ଖାଦ୍ୟ ଦରକାର,ତମାଖୁ ନୁହେଁ'।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.