Niladri Bije: ମାନବୀୟ ଲୀଳା ସାରି ରତ୍ନବେଦୀକୁ ବାହୁଡ଼ିଲେ ମହାପ୍ରଭୁ

By

Published : Jul 1, 2023, 10:21 PM IST

thumbnail

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ସାରି ରତ୍ନବେଦୀକୁ ଫେରିଲେ ଲୀଳାମୟ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନସିଂହାସନକୁ ଫେରିଲେ । ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ନୀଳକନ୍ଦଳକୁ ବିଜେ କରିଛନ୍ତି । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀ ଘରକୁ ବିଜେ କରିଥିଲେ । ଏହାପରେ ସୁଦର୍ଶନ, ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ଗୋଟି ପହଣ୍ଡିରେ ନୀଳକନ୍ଦକୁ ବିଜେ କରାଗଲା । ଶେଷରେ ଭକ୍ତଙ୍କ ମେଳିରେ ଟାହିଆ ହଲାଇ ଝୁଲିଝୁଲି ଗୋଟି ପହଣ୍ଡିରେ ନୀଳକନ୍ଦଳକୁ ବିଜେ ହେଲେ କାଳିଆ ସାଆନ୍ତେ । ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବା ପାଇଁ ସାଙ୍ଗରେ ରସଗୋଲା ଓ ପାଟ ଶାଢୀ ଆଣିଛନ୍ତି । ରସଗୋଲା ଖୁଆଇ ମା' ଲକ୍ଷ୍ମୀଙ୍କୁ ମନାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ପ୍ରଭୁ ଜଗନ୍ନାଥ । କାହାଳୀ, ଘଣ୍ଟଘଣ୍ଟା ନାଦରେ କମ୍ପୁଛି ସିଂହଦ୍ବାର । ଜୟ ଜଗନ୍ନାଥ ଧ୍ବନୀରେ ଉଛୁଳି ଉଠିଛି ବଡ଼ଦାଣ୍ଡ । ମହାପ୍ରଭୁଙ୍କ ବିଦାୟ ଦେଇ ଭକ୍ତ ଭାବ ବିହ୍ବଳ ହୋଇଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.