Cyclone Mocha Update: ବଳ ଗୋଟାଉଛି ମୋକା, ଦିଘାରେ ମୁତୟନ ହେଲେ NDRF ଟିମ୍ - ଏନଡିଆରଏଫ ଟିମ
🎬 Watch Now: Feature Video

ଦିଘା(କୋଲକାତା): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମୋକା ବଳ ଗୋଟାଇ ଆଜି ସକାଳେ ଭୀଷଣ ବାତ୍ୟାର ରୂପ ନେଇଛି । ବାତ୍ୟା ବାଂଲାଦେଶ ଓ ମିଆଁମାର ଆଡ଼କୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଦିଘା ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୧୩୫ କିମି ହୋଇଛି । ସେପଟେ NDRF ଟିମ୍ର ଏକ ସ୍ବତନ୍ତ୍ର ଦଳ ଦିଘା ଉପକୂଳରେ ପହଞ୍ଚି ଲୋକଙ୍କୁ ସତର୍କ କରାଇଛି । ଏନେଇ NDRF ଟିମ୍ର ଅଫିସର୍ ଅବଦୁଲ ସତର କହିଛନ୍ତି, "ଦିଘା ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଏଠାରେ ଥିବା ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି ।" ଆସନ୍ତା ୧୪ ତାରିଖ ମଧ୍ୟାହ୍ନରେ ବାତ୍ୟା ମୋକା ବାଂଲାଦେଶ ଓ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।
ଏହା ବି ପଢନ୍ତୁ- Cyclone Mocha Update: ଅତି ଭୀଷଣ ବାତ୍ୟାର ରୂପ ନେଲେ ବାତ୍ୟା ମୋକା