ବିଧାୟକ ପତିଙ୍କ ସହ ବାଇକରେ ଗଲେ, ଆଦିବାସୀଙ୍କ ସହ ହୋଲି ଖେଳିଲେ ସାଂସଦ ନଭନୀତ ରାଣା - ନଭନୀତ ରାଣା ଦମ୍ପତିଙ୍କ ହୋଲି

🎬 Watch Now: Feature Video

thumbnail

By

Published : Mar 6, 2023, 10:40 PM IST

ମୁମ୍ବାଇ: ହୋଲି ଖେଳିବା ପାଇଁ ବାଇକରେ ଆଦିବାସୀ ଅଞ୍ଚଳରେ ପହଞ୍ଚିଲେ ସାଂସଦ ପତ୍ନୀ ଓ ବିଧାୟକ ପତି । ମହାରାଷ୍ଟ୍ର ଅମରାବତୀ ସାଂସଦ ନଭନୀତ ରାଣା ଓ ବିଧାୟକ ପତି ରବି ରାଣା ବାଇକରେ ଏକ ଆଦିବାସୀ ଗ୍ରାମକୁ ଯାଇ ସେଠାରେ ଗ୍ରାମବାସୀଙ୍କ ସହ ହୋଲି ପାଳିଛନ୍ତି । ନେତା ଦମ୍ପତି ପହଞ୍ଚିବା ପରେ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଉଭୟଙ୍କୁ ଭବ୍ୟ ସ୍ବାଗତ ମଧ୍ୟ କରାଯାଇଥିଲା । ଗ୍ରାମବାସୀ ନେତା ଦମ୍ପତିଙ୍କ ସହ ନୃତ୍ୟ ଗୀତ ସହ ରଙ୍ଗ ଖେଳର ମଜା ନେଇଥିଲେ । ଅମରାବତୀ ସାଂସଦ ନଭନୀତ ରାଣା ବିଧାୟକ ପତି ରବି ରାଣାଙ୍କ ସହ ମୋଟର ସାଇକେଲରେ ଜଙ୍ଗଲ ରାସ୍ତାରେ ଆଦିବାସୀ ଗ୍ରାମକୁ ଯାତ୍ରା କରିଥିଲେ । ସାଙ୍ଗରେ କିଛି ସମର୍ଥକ ମଧ୍ୟ ରହିଥିଲେ । ଗ୍ରାମରେ ହୋଲି ପାଳନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ କରିଥିଲେ ଗ୍ରାମବାସୀ । ପାରମ୍ପରିକ ସଙ୍ଗୀତ ତାଳେ ତାଳେ ଉଭୟ ନେତା ପତି ପତ୍ନୀ ନୃତ୍ୟ କରିବା ସହ ଗ୍ରାମବାସୀଙ୍କ ସହ ହୋଲି ଖେଳି ଶୁଭେଚ୍ଛା ଜଣାଇଥିଲେ । ଦେଖନ୍ତୁ ଭିଡିଓ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.