NDA Meeting: ସହଯୋଗୀ ଦଳଙ୍କୁ ସ୍ବାଗତ କଲା ବିଜେପି - ଏନଡିଏ ମିଟିଙ୍ଗ
🎬 Watch Now: Feature Video
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ 2024 ପାଇଁ କମର କଷୁଛି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) । ଆଜି ନୂଆଦିଲ୍ଲୀ ଅଶୋକା ହୋଟେଲରେ ବସିଛି ଏନଡିଏର ମିଳିତ ବୈଠକ । ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଅଧ୍ୟକ୍ଷତା କରୁଥିବା ବେଳେ,ତମାମ ଏନଡିଏ ସହଯୋଗୀ ଦଳ ସାମିଲ ହୋଇଛନ୍ତି । କିନ୍ତୁ ତମାମ ଉଦ୍ୟମ ସତ୍ବେ ଏନଡିଏକୁ ଫେରି ନାହାଁନ୍ତି ଏନ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି(ଟିଡିପି), ସୁଖବୀର ସିଂ ବାଦଲଙ୍କ ଅକାଳୀ ଦଳ । ନୂଆ ସହଯୋଗୀ ଭାବେ ଏକାଧିକ ଦଳ ବୈଠକରେ ସାମିଲ ହୋଇଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବରିଷ୍ଠ ବିଜେପି ନେତା ସାମିଲ ହୋଇଛନ୍ତି । ଏନଡିଏ ସହଯୋଗୀ ଦଳଙ୍କୁ ବିଜେପି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଅନ୍ୟପଟେ ଦୁଇ ଦିନ ଧରି ବେଙ୍ଗାଲୁରରେ ଚାଲିଥିବା ମିଳିତ ବିରୋଧୀ ଦଳ ବୈଠକ ଆଜି ଶେଷ ହୋଇଛି। ବୈଠକରେ ବିଜେପି ବିରୋଧରେ ଲଢେଇ ପାଇଁ ପ୍ରସ୍ତାବ ପାରିତ ହୋଇଛି । ଦେଖନ୍ତୁ ଭିଡିଓ
ଏହାବି ପଢନ୍ତୁ- Opposition Meeting: ସରିଲା ବେଙ୍ଗାଲୁରୁ ମିଟିଂ, ବମ୍ବେରେ ବସିବ ୩ୟ ବୈଠକ