VIRAL VIDEO: ବର୍ଷା ହେବା ପରେ ଲିଭିଲା ଜଙ୍ଗଲ ନିଆଁ, ନାଚିଲେ ବନ କର୍ମଚାରୀ
🎬 Watch Now: Feature Video
ନବରଙ୍ଗପୁର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ପରେ ଜଙ୍ଗଲକୁ ଗିଳିଥିଲା ନିଆଁ । ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ମାଡି ଚାଲିଥିଲା ନିଆଁ । ଅଗ୍ନିକାଣ୍ଡ ଯୋଗୁଁ ଅନେକ ମୂଲ୍ୟବାନ ଗଛ ଓ ବନ୍ୟପ୍ରାଣୀଙ୍କ ଜୀବନ ସଙ୍କଟରେ ପଡ଼ିଥିଲା । ଆଉ ନିଆଁ ଲିଭାଇବା ଲାଗି ନାକେଦମ ହୋଇପଡ଼ିଥିଲେ ବନ୍ୟ କର୍ମଚାରୀ । ହେଲେ ବର୍ଷା ଆଣିଛି ଆଶ୍ବସ୍ତି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଗତ ୧୫ ତାରିଖରୁ ଆରମ୍ଭ ହୋଇଛି ବର୍ଷା । ବର୍ଷା ହେବା ପରେ ଲିଭିଛି ଜଙ୍ଗଲ ନିଆଁ । ପ୍ରକୃତି ଆଶୀର୍ବାଦ କରି ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି । ତେବେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଝିପ ଝିପ ବର୍ଷା ଲାଗି ରହିଥିବା ବେଳେ ଜଙ୍ଗଲ ନିଆଁ ନିୟନ୍ତ୍ରଣକୁ ଆସିଛି । ଏହାପରେ ଖୁସିରେ ନାଚି ଉଠିଛନ୍ତି ବନ କର୍ମଚାରୀ । ବର୍ଷା ପାଣିରେ ଭିଜି ଭିଜି ନାଚି ଉଠି ବନ୍ୟ କର୍ମଚାରୀମାନେ ପ୍ରକୃତିକୁ ଧନ୍ୟବାଦ ଜଣାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଜିଲ୍ଲାକୁ ଏବେ ଜିରୋ ଫାୟାର ପଏଣ୍ଟ ଭାବେ ଘୋଷଣା କରାଯାଇଛି ।
ଇଟିଭି ଭାରତ, ନବରଙ୍ଗପୁର