ପ୍ରକାଶ ପାଇଲା ନବରଙ୍ଗପୁରର ଚୂଡାନ୍ତ ଭୋଟର ତାଲିକା
🎬 Watch Now: Feature Video
Published : Jan 6, 2024, 11:11 AM IST
Nabarangpur Voter List release: ନବରଙ୍ଗପୁର: ପ୍ରକାଶ ପାଇଲା ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା । ସ୍ଥାନୀୟ ମିଶନ ଶକ୍ତି ହଲରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ନିର୍ବାଚନ ରୋଲ ପର୍ଯ୍ୟବେକ୍ଷକ ଶୁଭମ ସକ୍ସେନା ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ମୋଟ 8 ଲକ୍ଷ 49 ହଜାର 176 ଜଣ ଭୋଟର ଅଛନ୍ତି । ଏଥିରୁ 4 ଲକ୍ଷ 19 ହଜାର 806 ଜଣ ପୁରୁଷ ଥିବାବେଳେ 4 ଲକ୍ଷ 29 ହଜାର 311 ଜଣ ମହିଳା ଅଛନ୍ତି । 59 ଜଣ ତୃତୀୟ ଲିଙ୍ଗ ବର୍ଗର ଭୋଟର ରହିଛନ୍ତି । ଅନ୍ୟପଟେ ଜିଲ୍ଲାର 4ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଉମରକୋଟ-73, ଝରୀଗାଁ-74, ନବରଙ୍ଗପୁର-75, ଡାବୁ ଗାଁ-76ରେ ଗତ 1 ବର୍ଷ ମଧ୍ୟରେ 38,858 ଜଣ ଭୋଟର ବୃଦ୍ଧି ପାଇଛି ।
ଏହା ମଧ୍ୟ ପଢନ୍ତୁ: ପ୍ରକାଶ ପାଇଲା ସୁବର୍ଣ୍ଣପୁର ଭୋଟର ତାଲିକା
ନବରଙ୍ଗପୁର ଜିଲ୍ଲାରେ 18-19 ବର୍ଷ ବୟସର ଯୁବ ଭୋଟରଙ୍କ ସଂଖ୍ୟା 20 ହଜାର 578ରେ ପହଞ୍ଚିଛି । ଏହି ବୈଠକରେ ଜିଲ୍ଲା ନିର୍ବାଚନ ବିଭାଗର ସମସ୍ତ ଅଧିକାରୀ ଓ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଭୋଟରଙ୍କ ସୁବିଧା ପାଇଁ ଇଭିଏମ, ଭିଭିପାଟ ପ୍ରଦର୍ଶନ ଓ ମକ ଭୋଟିଂ ସୁବିଧା ଜିଲ୍ଲାର ସମସ୍ତ ବୁଥରେ ଆସନ୍ତା 12 ଜାନୁଆରୀରୁ 28 ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ନବରଙ୍ଗପୁର