Ramadan 2023: ଭାଇଚାରା ସହରରେ ରମଜାନ ମାସ ପାଳିତ, ବିଭିନ୍ନ ମସଜିଦରେ ଇସଲାମ ସମ୍ପ୍ରଦାୟଙ୍କ ଭିଡ଼ - ପବିତ୍ର ରମଜାନ ମାସ
🎬 Watch Now: Feature Video
କଟକ: ଆରମ୍ଭ ହୋଇଛି ପବିତ୍ର ରମଜାନ ମାସ । ରୋଜା ରଖି ଉପବାସ ଆରମ୍ଭ କରିଛନ୍ତି ଇସଲାମ ସମ୍ପ୍ରଦାୟର ଲୋକେ । ବିଧି ମୁତାବକ ଗତକାଲି(ଗୁରୁବାର) ଚାନ୍ଦ ଦେଖିବା ପରେ ଆରମ୍ଭ ହୋଇଛି ରମଜାନ । ସକାଳୁ ଉଠି ଚାନ୍ଦ ଦେଖି ମୁସଲିମ ସମ୍ପ୍ରଦାୟ ଲୋକେ ରୋଜା ଆରମ୍ଭ କରିଛନ୍ତି ଏବଂ ବିଧି ସହିତ ସାମୁହିକ ତବୀର ବା ନମାଜ ପାଠ କରିଛନ୍ତି । ରମଜାନର ପ୍ରଥମ ଦିନରେ ଭାଇଚାରା ସହର କଟକରେ ଥିବା ମସଜିଦ ଗୁଡିକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସମସ୍ତେ ଏକାଠି ହୋଇ ନମାଜ ପାଠ କରୁଛନ୍ତି । ଏହି ପବିତ୍ର ମାସରେ ନିଷ୍ଠାର ସହ ପ୍ରାର୍ଥନା କଲେ ପୁଣ୍ୟ ମିଲିଥାଏ ବୋଲି କହିଛନ୍ତି ମୁସଲମାନ ସମ୍ପ୍ରଦାୟ ଲୋକେ । ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସଭିଏଁ ଏହି ପର୍ବ ପାଇଁ ଉତ୍ସାହିତ ଅଛନ୍ତି । ବୁଧବାର ରାଜ୍ୟର କୌଣସି ସ୍ଥାନରେ ଚନ୍ଦ୍ର ଦେଖା ନଯିବା କାରଣରୁ ଶୁକ୍ରବାର ଅର୍ଥାତ ରମଜାନ ମାସର ପ୍ରଥମ ଦିନ ଆଜିଠୁ ଆରମ୍ଭ ହୋଇଛି । ଅଞ୍ଜୁମାନ ଇସଲାମିଆ ଅହଲେ ସୁନ୍ନତ ଅଲ୍ ଜମାତ କାର୍ଯ୍ୟାଳୟରେ ଚାନ୍ଦ କମିଟି ପକ୍ଷରୁ ଆୟୋଜିତ ବୈଠକ ପରେ ଏହି ଘୋଷଣା କରାଯାଇଥିଲା ।
ଇଟିିଭି ଭାରତ, କଟକ