thumbnail

ଭାଇଚାରାର ନିଚ୍ଛକ ନିଦର୍ଶନ, ହିନ୍ଦୁ ପଡୋଶୀଙ୍କ ଶେଷକୃତ୍ୟ କଲେ ମୁସଲମାନ

By

Published : Jul 15, 2023, 10:04 PM IST

ଗୌହାଟୀ: ଦେଶରେ ଧର୍ମ ବିଭାଜନକୁ ନେଇ କେତେକ ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା ଦେଖିବାକୁ ମିଳୁଥିବାବେଳେ ଆସାମରୁ ସାମନାକୁ ଆସିଛି ଏକ ନିଆରା ଦୃଶ୍ୟ। ଶିବ ରତନ ପଣ୍ଡିତ ନାମକ ଜଣେ ବୃଦ୍ଧଙ୍କ ଦେହାନ୍ତ ହୋିଥିବାବେଳେ ତାଙ୍କ ଶେଷକୃତ୍ୟ ସମୟରେ ସାମିଲ ହୋଇଛନ୍ତି ମୁସଲମାନ ସମ୍ପ୍ରଦାୟର କେତେକ ବ୍ୟକ୍ତି। ଗୌହ୍ୱାଟୀ ସ୍ଥିତ ନିଜାରାପର ଅଞ୍ଚଳରେ ଭାଇଚାରାର ଏହି ନିଚ୍ଛକ ନିଦର୍ଶନ ଦେଖିବାକୁ ମିଳିଛି। ରତନ ପଣ୍ଡିତ ଜଣେ ହିନ୍ଦୁ ହୋଇଥିବାବେଳେ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ କରାଯାଉଥିଲା। ସେହି ସମୟରେ ପରମ୍ପରା ଅନୁଯାୟୀ ତାଙ୍କ ମୃତଦେହ କୋକେଇରେ ଶ୍ମଶାନକୁ ନିଆଯାଇଥିବାବେଳେ କାନ୍ଧରେ କାନ୍ଧେଇ ନେଇଥିଲେ ମୁସଲିମ ସମ୍ପ୍ରଦାୟର ଲୋକେ। 

ସୂଚନା ଅନୁସାରେ, ଶିବ ରତନ ପଣ୍ଡିତ ସେହି ଅଞ୍ଚଳରେ ଦୀର୍ଘ ବର୍ଷ ହେବ ତାଙ୍କ ପତ୍ନୀଙ୍କ ସହ ବାସ କରୁଥିବାବେଳେ ସ୍ବାସ୍ଥ୍ୟଗତ ସମସ୍ତା କାରଣରୁ ତାଙ୍କର ଦେହାନ୍ତ ହୋଇଥିଲେ। ଶିବ ରତନ ଅଞ୍ଚଳର ଏକମାତ୍ର ହିନ୍ଦୁ ହୋଇଥିବାବେଳେ ତାଙ୍କର ପଡୋଶୀ ମୁସଲମାନ ସମ୍ପ୍ରଦାୟର ଥିଲେ। ଆଉ ତାଙ୍କର ମୃତ୍ୟୁ ପରେ ଶେଷକୃତ୍ୟ ପାଇଁ  ମାନବିକତା ଦୃଷ୍ଟିରୁ  ଆଗେଇ ଆସିଥିଲେ ପଡୋଶୀ। ସେମାନେ ହିନ୍ଦୁ ପରମ୍ପରା ବିଷୟରେ ଅଗତ ନଥିଲେ ବି ଆଖ ପାଖ ଅଞ୍ଚଳର ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କଠାରୁ ପରାମର୍ଶ ନେଇ ସମସ୍ତ ରୀତିନୀତି ଅନୁଯାୟୀ ଶେଷକୃତ୍ୟ କରିଛନ୍ତି। ଯାହାକି ଦେଶରେ ଭାଇଚାରା ଓ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛି।

ଏହା ମଧ୍ୟ ପଢନ୍ତୁ...ରୋଗୀକୁ ଷ୍ଟ୍ରେଚରରେ ୧ କିମି ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.