ସଙ୍ଗୀତ ମାନସିକ ଶାନ୍ତି ଦେବା ସହ ମଣିଷକୁ ଯୋଡ଼େ: ପଣ୍ଡିତ ଦେବାଶିଷ ଭଟ୍ଟାଚାର୍ଯ୍ୟ - ପଣ୍ଡିତ ଦେବାଶିଷ ଭଟ୍ଟାଚାର୍ଯ୍ୟ
🎬 Watch Now: Feature Video
ଆସନ୍ତା ୧୧ ତାରିଖ ଦିନ ବାଲେଶ୍ବରର ଅନସିନ୍ ବାଲେଶ୍ଵର ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗିଟାର ପରିବେଷଣ ହେବ । ଏଥିଲାଗି ପ୍ରଥମ ଥର ପାଇଁ ବାଲେଶ୍ଵରକୁ ଆସିଛନ୍ତି ଆନ୍ତର୍ଜାତିକ ଗିଟାର ବାଦକ ପଣ୍ଡିତ ଦେବାଶିଷ ଭଟ୍ଟାଚାର୍ଯ୍ୟ । ବାଲେଶ୍ଵରର କଳା ସଂସ୍କୃତି ତାଙ୍କୁ ବେଶ ଆକର୍ଷିତ କରିଥିବା କଥା ସେ କହିଛନ୍ତି । ଏହାସହ ପ୍ରଥମେ ସେ ବାଲେଶ୍ଵରର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବେ ଏବଂ ନିଜର ଶିଷ୍ୟମାନଙ୍କ ସହ ଭେଟ କରିବେ । ଜନ୍ମର ମାତ୍ର ୪ ବର୍ଷ ବୟସରୁ ହିଁ ନିଜକୁ ଜଣେ ସଙ୍ଗୀତର ସିଦ୍ଧହସ୍ତ ପାରଦର୍ଶି ଓ ସଫଳ ଗିଟାରିଷ୍ଟ ହିସାବରେ ନିଜର କଳାତ୍ମକ ପରିଚୟ ବିଶ୍ଵ ଦରବାରରେ ପରିଚିତ ଓ ପ୍ରତିଷ୍ଠିତ କରିପାରିଛନ୍ତି । ଅଷ୍ଟମ ପିଢ଼ିର ଶାସ୍ତ୍ରୀୟ ସଙ୍ଗୀତର ଜଣେ ପୁରୋଧା ଭାବେ ନିଜର ଗିଟାର ବାଦନ କଳାର ଯାଦୁକାରିତା ଚମତ୍କାର ଭାବେ ପ୍ରଦର୍ଶନ କରିବା ସହିତ ଚତୁ଼ଃରଙ୍ଗୀ, ଆନନ୍ଦୀ, ଗାନ୍ଧର୍ବୀ ଓ ବର୍ତ୍ତମାନର ପୁଷ୍ପ ବୀଣାର ଉଦ୍ଭାବକ ଓ ଆବିଷ୍କାରକ । ତେବେ ତାଙ୍କ ମୁହଁରୁ ଶୁଣିବା ସଙ୍ଗୀତ ଓ ସଙ୍ଗୀତକୁ ଭଲ ପାଉଥିବାର କଥା ।
Last Updated : Feb 3, 2023, 8:27 PM IST