thumbnail

ପାରିବାରିକ କଳହରେ ପ୍ରତିବାଦ କରିବାରୁ ପଡୋଶୀଙ୍କୁ ହତ୍ୟା

By ETV Bharat Odisha Team

Published : Dec 23, 2023, 10:57 PM IST

Murder Case in baunsapal dhenkanal: ଢେଙ୍କାନାଳ: ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ଶବର ସାହିରେ ଠେଙ୍ଗାରେ ପିଟି ଜଣଙ୍କୁ ହତ୍ୟା ।ସ୍ୱାମୀ ସ୍ତ୍ରୀଙ୍କ କଳହ ଚାଲିଥିବା ବେଳେ ପଡୋଶୀ ପ୍ରତିବାଦ କରିବାରୁ ଠେଙ୍ଗାରେ ମାଡ଼ ମାରିଥିବା ଅଭିଯୋଗ ।ଅଭିଯୁକ୍ତ ନିର ଭୁତିଆଙ୍କ ଠେଙ୍ଗା ମାଡ଼ରେ ପଡୋଶୀ ରୋହିତ ପଧାନ ମୃତ ହୋଇଛି ।ଘଟଣା ସ୍ଥଳରେ କାମାକ୍ଷାନଗର ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନା ଅନୁସାରେ ଖମାର ଅଞ୍ଚଳର ନିର ଭୁତିଆ ବାଉଁଶପାଳ ଶବର ସାହିରେ ଶ୍ବଶୁର ଘରେ ରହୁଥିଲେ । ସବୁବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା ।ଗତକାଲି ମଧ ଅପରାହ୍ନରେ ନିର ଓ ତାଙ୍କ ସ୍ତ୍ରୀ ମଧ୍ୟରେ କଳହ ଲାଗିଥିଲା । ରୋହିତ ପ୍ରଧାନ କହିଥିଲେ କାହିଁକି ପିଲା ଛୁଆ ଓ ସ୍ତ୍ରୀକୁ ମରପିଟ କରୁଛୁ । ଏଥିରୁ ବାରଣ ମଧ୍ୟ କରିଥିଲେ ।ଫଳରେ ନିର ଠେଙ୍ଗାରେ ରୋହିତକୁ ଆକ୍ରମଣ କରିଥିଲା । ଫଳରେ ରୋହିତ ଗୁରୁତର ଆହତ ହୋଇଥିଲେ । ରୋହିତର ସ୍ତ୍ରୀ ଧାନ କାଟି ଘରକୁ ଫେରିବାରୁ ରୋହିତ ସମସ୍ତ ଘଟଣା ସ୍ତ୍ରୀ ଆଗରେ କହିଥିଲା ।ଏହାସହ ଦେହ ଖରାପ ନଥିବା କହିଥିଲେ । 

ଏହାପରେ ବିଳମ୍ବିତ ରାତିରେ ରୋହିତଙ୍କ ସ୍ୱସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା ।ପରିବାର ଲୋକେ ତାଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ ।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେଣୁ ପରିବାର ଲୋକେ ବ୍ୟବଚ୍ଛେଦ ନକରାଇ ଘରକୁ ଆଣିଥିଲ। ଖବର ପାଇ କାମାକ୍ଷାନଗର ପୋଲିସ ଗ୍ରାମରେ ପହଞ୍ଚି ମୃତଦେହକୁ ଜବତ କରିଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମର ସହାୟତା ନେଇଛି ପୋଲିସ । ଏପଟେ ରୋହିତର ମୃତ୍ୟୁ ପରେ ଅଭିଯୁକ୍ତ ନିର ଭୁତିଆ ଫେରାର ରହିଛି । ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଗିରଫ କରି ପଚରାଉଚୁରା ଚଳାଇଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ......ଘୁଷୁରୀ ପାଇଁ ଗଡିଲା ମୁଣ୍ଡ, ମଠ ମହନ୍ତଙ୍କୁ ବୀଭତ୍ସ ହତ୍ୟା


ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.