ରାମ ମନ୍ଦିର ସାଇଟରେ ଅଯୋଧ୍ୟା କମିଶନର, ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

By ETV Bharat Odisha Team

Published : Jan 4, 2024, 10:06 PM IST

thumbnail

ଲକ୍ଷ୍ନୌ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ମଝିରେ ଆଉ ମାତ୍ର ଦୁଇ ସପ୍ତାହ ବାକି ଥିବା ବେଳେ କାର୍ଯ୍ୟକ୍ରମକୁ ଭବ୍ୟ କରିବାର କୌଣସି ଅବସର ହାତଛଡା କରୁନାହିଁ ଉତ୍ତର ପ୍ରଦେଶ ସରକାର । ନିର୍ମାଣ ସ୍ଥଳରେ ବିଭିନ୍ନ କାର୍ଯ୍ୟ ଜାରି ରହିଛି । ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସ୍ତୁତି କାର୍ଯ୍ୟର ପ୍ରତ୍ୟେକ୍ଷ ତତ୍ତ୍ବାବଧାନ କରୁଛନ୍ତି । ଆଜି ସଂଧ୍ୟାରେ ଅଯୋଧ୍ୟ ମହାନଗର କମିଶନର ବିଶାଲ ସିଂ ମନ୍ଦିର ସ୍ଥାନ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟ ଓ ପ୍ରତିଷ୍ଠା ଉତ୍ସବ ପ୍ରସ୍ତୁତି ତଦାରଖ କରିଛନ୍ତି । ସ୍ବଚ୍ଛତା, ପରିମଳ ଓ ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ବ ଦିଆଯାଉଛି । ଅଯୋଧ୍ୟାକୁ ପୂରାଣରେ ବର୍ଣ୍ଣିତ ରାମରାଜ୍ୟ ପରି ସଜେଇବାକୁ ପ୍ରୟାସ କରାଯାଉଥିବା କହିଛନ୍ତି କମିଶନର ବିଶାଲ ସିଂ । ଅନ୍ୟପଟେ ଆଜି ମନ୍ଦିରର ସିଂହଦ୍ବାରର ଫଟୋ ମଧ୍ୟ ଜାରି କରିଛି ଟ୍ରଷ୍ଟ । ଯେଉଁଥିରେ ମୁଖ୍ୟଦ୍ବାରରେ 32 ଟି ପାହାଚ ସହ ଦୁଇଟି ସିଂହ ଓ ହସ୍ତୀ ସ୍ଥାନ ପାଇଛନ୍ତି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.