Holi Celebration in Mumbai: ଗୋଟିଏ ସ୍ଥାନରେ ଏକାଠି ହେଲେ ୧୦ ହଜାର ଲୋକ, ବଲିଉଡ ଗୀତରେ କମ୍ପିଲା ପରିବେଶ

By

Published : Mar 7, 2023, 9:45 PM IST

thumbnail

ମୁମ୍ବାଇ: ମହାରାଷ୍ଟ୍ରବାସୀ ପାଳିଲେ ରଙ୍ଗର ପର୍ବ ହୋଲି । କୋରୋନା ମହାମାରୀ ପରେ ରାଜ୍ୟବାସୀ ହୋଲି ଖେଳରେ ମସଗୁଲ ହେବା ସହ ବହୁ ଆଡମ୍ବରରେ ଏହି ପର୍ବକୁ ପାଳନ କରିଛନ୍ତି । ଚାରିଆଡ଼େ ଜମିଛି ଖୁସିର ମାହୋଲ । ହୋଲି ସେଲିବ୍ରେସନ ଲାଗି ମୁମ୍ବାଇ ବୋରିଭାଲି କୋରା କେନ୍ଦ୍ର ଗ୍ରାଉଣ୍ଡରେ ଆୟୋଜନ କରାଯାଇଥିଲା । ଏଠାର ପ୍ରାୟ ୧୦ ହଜାର ଲୋକ ସାମିଲ ହୋଇ ହୋଲି ଖେଳିଥିଲେ । ଏହି ସ୍ଥାନରେ ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ପହଞ୍ଚି ହୋଲି ଖେଳିଥିବା ଦେଖିବାକୁ ମିଳିଛି ।  

ଏହି ଉତ୍ସବରେ ଅନେକ ବଲିଉଡ ସଙ୍ଗୀତ ବାଜିଥିଲା । ବଲିଉଡ ଗୀତ ସହିତ ଝୁମି ଉଠିଥିଲେ ଲୋକେ । ବିଜେପି ନେତା ତଥା ଅଭିନେତା ମନୋଜ ତିୱାରୀ ମଧ୍ୟ ହୋଲି ଉତ୍ସବରେ ସାମିଲ ହୋଇ ନିଜ ନିଆରା ଅନ୍ଦାଜରେ ଉପସ୍ଥିତ ଲୋକଙ୍କୁ ହୋଲି ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କୁ ମନୋରଞ୍ଜିତ କରିଥିଲେ । ମୁମ୍ବାଇ ସମେତ ଆଜି ପୁରା ମହାରାଷ୍ଟ୍ରବାସୀ ପାଳିଥିଲେ ହୋଲି । ଲୋକ ପରସ୍ପରକୁ ଅବିର ଲଗାଇ ହୋଲି ଶୁଭେଚ୍ଛା ଜଣାଇଥିଲେ । ଚତୁର୍ଦ୍ଦିଗ ଭିନ୍ନ ଭିନ୍ନ ଅବିରରେ ରଙ୍ଗାୟିତ ହେବା ସହିତ ଖୁସିର ମାହୋଲ ଦେଖିବାକୁ ମିଳିଥିଲା ।  

ଏହା ବି ପଢନ୍ତୁ- Watch Video: ହୋଲି ଖେଳିଲା ଟିମ ଇଣ୍ଡିଆ, ରଙ୍ଗ ମାରିଲେ କୋହଲି, ସେଲଫି ନେଲେ ରୋହିତ

ମୁମ୍ବାଇର ଜୁହୁ ସମୁଦ୍ରକୂଳରେ ମଧ୍ୟ କିଛି ଲୋକ ହୋଲି ଖେଳୁଥିବା ଦେଖିବାକୁ ମିଳିଥିଲା । ହୋଲି ଖେଳିବା ସହିତ ପରସ୍ପରକୁ ରଙ୍ଗ ଲଗାଇଥିଲେ । ସୂଚନା ଥାଉ କି କୋରୋନା ମହାମାରୀ ପରେ ଚଳିତ ବର୍ଷ କୌଣସି କଟକଣା ନଥିବାରୁ ସମସ୍ତେ ଖୁସିର ସହିତ ମନ ଭରି ହୋଲି ଖେଳିଛନ୍ତି । ନିଜ ନିଜ ଢଙ୍ଗରେ ଏହି ପର୍ବକୁ ସମସ୍ତେ ବେଶ ଉପଭୋଗ କରୁଥିବା ନଜର ଆସିଥିଲା । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.