ନବରଙ୍ଗପୁରରେ 'ମୁଁ ବି ମିତା ଅଭିଯାନ' ଆରମ୍ଭ

By ETV Bharat Odisha Team

Published : Sep 8, 2023, 10:01 AM IST

thumbnail

ନବରଙ୍ଗପୁର: ଜିଲ୍ଲାରେ ମହିଳା ଭୋଟରଙ୍କୁ ସଚେତନତା ପାଇଁ ମୁଁ ବି ମିତା ଅଭିଯାନର ଶୁଭାରମ୍ଭ ହୋଇଛି । ନବରଙ୍ଗପୁର ଜିଲ୍ଲା ନିର୍ବାଚନ ବିଭାଗ ଆନୁକୂଲ୍ୟରେ ଭୋଟର ସଚେତନତା କାର୍ଯ୍ୟକ୍ରମରେ ଅଂଶ ବିଶେଷ ସ୍ବରୂପ ଟମୁଁ ବି ମିତା ଅଭିଯାନ'ର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ମହିଳାମାନଙ୍କର ଏକ ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥଲା । ଏହି ଶୋଭାଯାତ୍ରାରେ ସ୍କୁଲ ଓ ମହାବିଦ୍ୟାଳୟର ଛାତ୍ରୀମାନେ ଅଂ ଗ୍ରହଣ କରି ମହିଳାମାନଙ୍କ ଭୋଟ ଦାନର ଅଧିକାର ଓ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ । ଜିଲ୍ଲାର 10ଟି ବ୍ଲକ ମହାବିଦ୍ୟାଳୟର 100 ଛାତ୍ରୀଙ୍କୁ ସ୍ଵେଚ୍ଛାସେବୀ ରୂପେ ଚୟନ କରାଯାଇଛି । ଏହି ଛାତ୍ରୀମାନେ ସେମାନଙ୍କ ଅଞ୍ଚଳରେ ଭୋଟଦାନର ପ୍ରକ୍ରିୟା ଓ ଭୋଟର ରୂପେ ନାମ ପଞ୍ଜୀକରଣ କିପରି ସହଜ ଓ ସରଳ ରୂପେ କରାଯାଇପାରିବ ସେ ନେଇ ସଚେତନ କରିବେ । 

ଜିଲ୍ଲାରେ ବର୍ତ୍ତମାନ 815133 ଜଣ ଭୋଟର ଥିବା ବେଳେ ସେଥିରୁ 404076 ଜଣ ପୁରୁଷ ଓ 410997 ଜଣ ମହିଳା ଅଛନ୍ତି । ଜିଲ୍ଲାରେ 15722 ଜଣ 18-19 ବୟସ ଯୁବ ଭୋଟର ନିଜ ନାମ ପଞ୍ଜୀକରଣ କରିଥିବା ବେଳେ 7506 ଜଣ ବରିଷ୍ଠ ନାଗରିକ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କମଳଲୋଚନ ମିଶ୍ର, ଜିଲ୍ଲା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର , ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ, ଜିଲ୍ଲା ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଦୁର୍ଯୌଧନ ଭୋଇ, ମହାବିଦ୍ୟାଳୟର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

ଏହା ବି ପଢନ୍ତୁ...ନୂଆ ଭୋଟରଙ୍କୁ ‘ମିତା’ କରିବ ସଚେତନ; କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ CEO

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.