ବ୍ରହ୍ମପୁରରେ ସାଂସଦ ମାନସ ମଙ୍ଗରାଜ, ଦଳୀୟ କର୍ମୀଙ୍କ ସହ କଲେ ଆଲୋଚନା - ବ୍ରହ୍ମପୁର ସଂସଦୀୟ କ୍ଷେତ୍ର
🎬 Watch Now: Feature Video
ବ୍ରହ୍ମପୁର: ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ପାଇଛନ୍ତି ସାଂସଦ ମାନସ ମଙ୍ଗରାଜ । ପର୍ଯ୍ୟବେକ୍ଷକ ହେବା ପରେ ପ୍ରଥମ ଥର ଗଞ୍ଜାମ ଗସ୍ତ କରିଥିଲେ । ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ସଂସ୍କୃତି ଭବନ ପରିସରରେ ଦଳ ପକ୍ଷରୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ନୂତନ ପର୍ଯ୍ୟବେକ୍ଷକଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମାନସ ମଙ୍ଗରାଜ ସମେତ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡି, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସମ୍ବର୍ଦ୍ଧନା ସଭାରେ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ ମାନସ ମଙ୍ଗରାଜ । ସାଧାରଣ ନିର୍ବାଚନ ପୂର୍ବରୁ କ୍ରମାଗତ ଭାବରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରକୁ ବାରମ୍ୱାର ଗ୍ରସ୍ତ କରି ଦଳୀୟ କର୍ମୀ ଓ ନେତାଙ୍କ ସହିତ ସିଧାସଳଖ ଆଲୋଚନା କରିବେ ମାନସ । ତେବେ ବୁଥ ସ୍ତରର କର୍ମୀ ମାନଙ୍କ ଯାହା ସମସ୍ୟା ରହିଛି ସେମାନେ ସିଧାସଳଖ ଦଳୀୟ ଶୃଙ୍ଖଳା ମଧ୍ୟରେ ଆସି ଉପସ୍ଥାପନ କରି ଦଳକୁ ଆହୁରି ସଙ୍ଗଠିତ କରିବାକୁ ଆହ୍ୱାନ କରାଯାଇଥିଲା । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଦଳୀୟ ସଙ୍ଗଠନକୁ ଆହୁରୀ ସୁଦୃଢ କରିବା ପାଇଁ ସେ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ନୂତନ ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ।
ଇଟିଭି ଭାରତ, ବ୍ରହ୍ମପୁର