thumbnail

By

Published : Apr 25, 2023, 2:15 PM IST

Updated : Apr 25, 2023, 3:33 PM IST

ETV Bharat / Videos

ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ନେଲେ ବିଦେଶୀ ପର୍ଯ୍ୟଟକ, କହିଲେ ପ୍ରଭାବିତ କରିଛି ମହାପୁରୁଷଙ୍କ ଜୀବନୀ

ପୁରୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଆଚର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତୀ ନେଲେ ବିଦେଶୀ ପର୍ଯ୍ୟଟକ । ସୁଦୂର ଅଷ୍ଟ୍ରେଲିଆରୁ ଆସିଥିବା ବିଦେଶୀ ପର୍ଯ୍ୟଟକ ହ୍ୟାରିପିଚ ମ୍ୟାନ ଗୋପବନ୍ଧୁ ଏବଂ ଆଚାର୍ଯ୍ୟ ହରିହରଙ୍କ ଦୁଇଟି ଫାଇଭର ମୂର୍ତ୍ତୀ ନିଜ ଦେଶକୁ ନେଇଛନ୍ତି। ନିଜ ଅଞ୍ଚଳର କମ୍ୟୁନିଟି ହଲ ସମ୍ମୁଖରେ ଏହି ମୂର୍ତ୍ତିକୁ ସେ ସ୍ଥାପନ କରିବେ ବୋଲି କହିଛନ୍ତି। ପଣ୍ଡିତ ଗୋପବନ୍ଧୁ ଦାଶ ଓ ଆଚର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ଦେଖିବା ସହ ତାଙ୍କ ଜୀବନୀ ବିଷୟରେ ଜାଣି ସେ ବହୁତ ଖୁସି ହୋଇଥିଲେ। ତେଣୁ ଏହି ମୂର୍ତ୍ତି ଗୁଡିକୁ ସ୍ଥାପନ କରିବା ପାଇଁ ସେ ଅଷ୍ଟ୍ରେଲିଆ ନେଇଛନ୍ତି। ନିଜେ ଜଣେ ସ୍ତମ୍ଭକାର ହୋଇଥିବାରୁ ଏଯାବତ ୮୦ ବର୍ଷ ବୟସରେ ୬୦ରୁ ଅଧିକ ଦେଶ ବୁଲିବା ସହ ସେଠାକାର ଇତିହାସ ବିଷୟରେ ଜାଣୁଛନ୍ତି ହ୍ୟାରିପିଚ ମ୍ୟାନ୍। ତେବେ ଭାରତ ଏବଂ ଭାରତୀୟ ସଂସ୍କୃତି ସାରା ବିଶ୍ବରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବାରୁ ଏହା ତାଙ୍କୁ ଆକର୍ଷଣ କରିଛି ବୋଲି କହିଛନ୍ତି ବିଦେଶୀ ପର୍ଯ୍ୟଟକ। ପୁରୀ ଆସିବା ପରେ ଓଡ଼ିଶାର ଏହି ମହାପୁରୁଷଙ୍କ ବିଷୟରେ ଜାଣିବା ପରେ ଦୁଇଟି ଫାଇବର ମୂର୍ତ୍ତିକୁ ସେ ୧୦ ହଜାର ଟଙ୍କାରେ କିଣିଥିବା କହିଛନ୍ତି । ଏହା ସହ ହିନ୍ଦୀ ଚଳଚ୍ଚିତ୍ର ଓ ସଂଗୀତ ଗୁଡିକ ତାଙ୍କୁ ବେଶ୍ ଭଲ ଲାଗେ ବୋଲି କହିଛନ୍ତି ବିଦେଶୀ ପର୍ଯ୍ୟଟକ ହ୍ୟାରିପିଚ ମ୍ୟାନ୍।

ଇଟିଭି ଭାରତ, ପୁରୀ

Last Updated : Apr 25, 2023, 3:33 PM IST

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.