G20 Summit: ଦିଲ୍ଲୀରେ ଏକାଠି ହୋଇଛି ପୁରା ବିଶ୍ବ, ଦେଖନ୍ତୁ ଭାରତ ମଣ୍ଡପମର ଦୃଶ୍ୟ

By ETV Bharat Odisha Team

Published : Sep 9, 2023, 3:39 PM IST

thumbnail

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ବର୍ଷେବ୍ୟାପୀ ଜାରି ରହିଥିବା ଜି20 ସମ୍ମିଳନୀର ଅନ୍ତିମ ଦୁଇଦିନିଆ କାର୍ଯ୍ୟକ୍ରମ ଆଜିଠାରୁ ପ୍ରଗତି ମୈଦାନର ‘ଭାରତ ମଣ୍ଡପମ’ରେ ଆରମ୍ଭ ହୋଇଛି । ପ୍ରାୟ 70 ଦେଶର ମୁଖ୍ୟ, ପ୍ରତିନିଧି ଓ ଅତିଥି ଦିଲ୍ଲୀରେ ପହଞ୍ଚି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଦି । ଭାରତ ମଣ୍ଡପମରେ ଉପସ୍ଥିତ ରହି ଜଣଙ୍କ ପରେ ଜଣେ ରାଷ୍ଟ୍ରମୁଖ୍ୟଙ୍କୁ ସ୍ବାଗତ କରିବା ସହ ସମ୍ମିଳନୀକୁ ପାଛୋଟି ନେଇଛନ୍ତି ପ୍ରଧାନମନ୍ତ୍ରୀ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କଠାରୁ ଆରମ୍ଭ କରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ପର୍ଯ୍ୟନ୍ତ ସମସ୍ତେ ସମ୍ମିଳନୀ କକ୍ଷରେ ଉପସ୍ଥିତ ହୋଇଛନ୍ତି । ପ୍ରଥମ ଅଧିବେଶନକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ ମଧ୍ୟ କରିଛନ୍ତି । ଏହି ଶିଖର ସମ୍ମିଳନୀ ପାଇଁ ଭାରତ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି । ଗତକାଲିଠାରୁ ରାଷ୍ଟ୍ରମୁଖ୍ୟମାନେ ଦିଲ୍ଲୀରେ ପହଞ୍ଚିଥିଲେ । ସେମାନଙ୍କୁ କେନ୍ଦ୍ର ମନ୍ତ୍ରୀମାନେ ବିମାନ ବନ୍ଦରରେ ସ୍ବାଗତ କରିଥିଲେ । ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନରେ ନଶ୍ୟଭୋଜି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.