Pradeep Pradhan Arrest Issue: ପ୍ରଦୀପ ଗିରଫଦାରୀକୁ ବିରୋଧ, ବିକ୍ଷୋଭ କଲା ମୋ ଦଳ - ପ୍ରଦୀପ ପ୍ରଧାନ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 2, 2023, 5:13 PM IST

ଖୋର୍ଦ୍ଧା: ରାଜ୍ୟର ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା ମୋ ଦଳ ସମ୍ପାଦକ ପ୍ରଦୀପ ପ୍ରଧାନଙ୍କୁ ଗିରଫଦାରୀ ମାମଲା । ଏହାର ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଧାରଣା ଦେଇଛନ୍ତି ମୋ ଦଳ କର୍ମକର୍ତ୍ତା । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ମୋ ଦଳ କର୍ମକର୍ତ୍ତା । ପ୍ରଦୀପ ପ୍ରଧାନଙ୍କୁ ହୋଇଥିବା ଗିରଫଦାରୀ ସମ୍ପୂର୍ଣ୍ଣ ବେଆଇନ ଏବଂ ତୁରନ୍ତ ପ୍ରଦୀପଙ୍କୁ ନିସର୍ତ୍ତରେ ଖଲାସ କରିବା ପାଇଁ ଦାବି କରିଛି ଦଳ । ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳନ ଜୋର ଧରିବା ବୋଲି ଦଳ ଚେତାବନୀ ଦେଇଛି । 

ସୂଚନା ଅନୁସାରେ,  ପ୍ରଦୀପ ପ୍ରଧାନଙ୍କୁ ଓଡ଼ିଶା ପୋଲିସ ଗତ ୨୮ତାରିଖରେ ଗିରଫ କରିଛି । ମୋ ଦଳର ଜିଲ୍ଲା ସଭାପତି ସୁରେଶ ମାନସିଂହଙ୍କ ସୂଚନା ଅନୁଯାୟୀ ରାଜ୍ୟ ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ସରକାରଙ୍କ ମୁଖା ଖୋଲୁଥିଲେ ପ୍ରଦୀପ ପ୍ରଧାନ । ଏଥିପାଇଁ ସରକାର ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ତାଙ୍କ ନାମରେ ବିଭିନ୍ନ ମିଥ୍ୟା ମକଦ୍ଦମା ଦାୟର କରିଛନ୍ତି । ଯେଉଁ ଯେଉଁ ଆନ୍ଦୋଳନରେ ସେ ଆଦୌ ଉପସ୍ଥିତ ନଥିଲେ ସେଠାରେ ପ୍ରଦୀପ ମହିଳା କନେଷ୍ଟବଳଙ୍କୁ ଆଦୌ ଅପବ୍ୟବହାର କରିନଥିବା କହିଛନ୍ତି ଜିଲ୍ଲା ସଭାପତି । ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଦୁର୍ନୀତି, ଅନ୍ୟାୟ ବିରୋଧରେ ସଂଗ୍ରାମ କରୁଥିବା ରାଜନେତାଙ୍କ ବିରୋଧରେ ଲଗାଇଥିବା ଏହି ମାମଲା କେତେ ଦୂର ସତ୍ୟ ଓ ତଥ୍ୟ ଆଧାରିତ ଏହାକୁ ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଯାଉ ।

ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେଉ ଏବଂ ମୋ ଦଳର ସମ୍ପାଦକ ପ୍ରଦୀପ ପ୍ରଧାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ଆମେ ଦାବି କରୁଛୁ । ଜଣେ ବ୍ୟକ୍ତିର ବାକ ସ୍ଵାଧୀନତାର ଅଧିକାର ଓ ଅନ୍ୟାନ୍ୟ ସାମ୍ବିଧାନିକ ଅଧିକାର ଯେଉଁ ଭଳି ସଂକୁଚିତ କରାଯାଉଛି । ତା' ବିରୁଦ୍ଧରେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ବାଛିବେ ବୋଲି ଚେତାବନୀ ଦେଇଛନ୍ତି ।


ଏହା ମଧ୍ୟ ପଢନ୍ତୁ: ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀକୁ ବିରୋଧ: ୨ରେ ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ଗର୍ଜିବ ମୋ ଦଳ


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.