Budget Session: ଗୃହରେ ଉଠିଲା ଶିଳ୍ପ ନାଁରେ ଦିଆଯାଇଥିବା ଜମି ପ୍ରଦାନ କଥା - ଗୃହରେ ଉଠିଲା ଶିଳ୍ପ ନାଁରେ ଦିଆଯାଇଥିବା ଜମି ପ୍ରଦାନ କଥା
🎬 Watch Now: Feature Video
ଭୁବନେଶ୍ବର: 1985 ମସିହାରେ ଶିଳ୍ପ ନାଁରେ ହୋଇଥିବା ଜମି ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଶିଳ୍ପ ଜମିରେ ଅନ୍ୟ ଯୋଜନା କରାଯାଇଛି । କିନ୍ତୁ ଶିଳ୍ପ ନାହିଁ । ତାହା ସରକାର କଣ ଜାଣନ୍ତି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁର । ଶିଳ୍ପ ପାଇଁ ଚନ୍ଦ୍ରଶେଖରପୁରରୁ ଖୋର୍ଦ୍ଧା ବରୁଣେଇ ପର୍ଯ୍ୟନ୍ତ ଦିଆଯାଇଥିବା ଜମି ପଡି ରହିଛି । ଯାହାକୁ ଇଣ୍ଡଷ୍ଟ୍ରି ପଲିସିରେ ଇଡକୋ ଦେଇଥିଲା । ସେଗୁଡିକ କାମରେ ଦିଆଯାଇ ନାହିଁ, ସେଗୁଡିକ କ୍ୟାନସଲ କରାଯାଇ ଯେଉଁ ଯୁବକଯୁବତୀ ନୂଆ ଇଣ୍ଡଷ୍ଟ୍ରି ପାଇଁ ଆବେଦନ କରୁଛନ୍ତି ତାକୁ ଦେବାର ବ୍ୟବସ୍ଥା କରିବେ କି । ଏଥିସହ ମେକ୍ ଇନ୍ ଓଡ଼ିଶାରେ ଯେତିକିଟି ଏମଓୟୁ ହୋଇଥିଲା, ସେଥି ମଧ୍ୟରୁ କେତୋଟି କାର୍ଯ୍ୟକାରି ହୋଇଛି ବୋଲି ଶିଳ୍ପମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ସୁର । ଯାହାର ଉତ୍ତର ରଖିଥିଲେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକି ବଲ୍ଲଭ ପଟ୍ଟନାୟକ ହଜାର ଦିନରେ ହଜାର ଶିଳ୍ପ ଘୋଷଣା କରିଥିଲେ । ଓଡିଶାରେ ଶିଳ୍ପାୟନ ଆଣିବା ପାଇଁ ସେ ପ୍ରଥମେ ଯୋଜନା କରିଥିଲେ । ତାହା ଫେଲ୍ ମାରିଛି । ସେତେବେଳେ ଓଡିଶାରେ ଭିତିଭୂମୀ ନଥିବାରୁ ଏପରି ହୋଇଥିଲା । କିନ୍ତୁ ଉଦ୍ୟମ ସତ ଥିଲା । ଜମି ସାଙ୍ଗରେ ପଇସା ଦିଆଗଲା । ଟଙ୍କା ଖାଇଯିବା ସହ ବ୍ୟାଙ୍କରେ ଜମି ବନ୍ଧକ ପଡିଛି ।
ଇଟିଭି ଭାରତ,ଭୁବନେଶ୍ବର