thumbnail

By

Published : May 19, 2023, 7:33 PM IST

ETV Bharat / Videos

Savitri Brata: ୧୦ବର୍ଷ ପରେ ସାବିତ୍ରୀଙ୍କ ପାଖକୁ ଫେରିଲେ ସତ୍ୟବାନ ! ପରିବାରରେ ଖୁସିର ମାହୋଲ

ଅନୁଗୋଳ: ଆମେ ଜାଣିଛେ ସତ୍ୟବାନଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ଆଣିଥିଲେ ସାବିତ୍ରୀ । ହେଲେ ଆମେ ଆପଣଙ୍କୁ ଏମିତି ଜଣେ ସାବିତ୍ରୀଙ୍କ କଥା କହିବୁ ଯାହାଙ୍କର 10 ବର୍ଷର ଅପେକ୍ଷା ପରେ ସତ୍ୟବାନ ଫେରିଛନ୍ତି।ଅନୁଗୋଳ ଜିଲ୍ଲା ଛେଣ୍ଡିପଦାର ଯତିନ୍ଦ୍ର ବେହେରା ୧୦ ବର୍ଷ ପରେ ଘରକୁ ଫେରିବା ପରେ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି। 2013 ମସିହା ଅକ୍ଟୋବର ମାସରେ ଯତିନ୍ଦ୍ର ଝିଅର ଜନ୍ମଦିନରେ ହିଁ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ । ଅନେକ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ପତ୍ତା ମିଳି ପାରି ନ ଥିଲା । 

ଏପରିକି ପରିବାର ଲୋକମାନେ ତାଙ୍କୁ ପାଇବାର ଏକ ପ୍ରକାର ପାଇବାର ଆଶା ମଧ୍ୟ ଛାଡ଼ି ଦେଇଥିଲେ । ହେଲେ ଅଚାନକ କିଛି ଦିନ ତଳେ ଯତିନ୍ଦ୍ର ଉତ୍ତରପ୍ରଦେଶର ପାହାଡିଖେରାର ଅଞ୍ଚର ଏକ ଯାଦବ ଢାବାରେ ଥିବା କଟକର ଏକ ଟ୍ରକ ଟ୍ରାନ୍ସପୋର୍ଟ ପକ୍ଷରୁ ଛେଣ୍ତିପଦା ସାପୁଇସାହିରେ ଥିବା ବିଡି କମ୍ପାନିକୁ ଖବର ଆସିଥିଲା । ବିଡି କମ୍ପାନୀର କର୍ମଚାରୀ ଯତିନ୍ଦ୍ରଙ୍କ ଘରକୁ ଖବର ଦେବା ପରେ  ପରିବାର ଲୋକେ ଛେଣ୍ଡିପଦା ଥାନା ସହିତ ଯୋଗାଯୋଗ କରିଥିଲେ । ପୋଲିସ୍‌ ଟିମ୍‌ ସହାୟତାରେ ଉତ୍ତରପ୍ରଦେଶରେ ପହଞ୍ଚି ଯତିନ୍ଦ୍ରଙ୍କୁ ପାହାଡିଖେର ଢାବାରୁ ଉଦ୍ଧାର କରାଯାଇ ଘରକୁ ଫେରାଇ ଆଣିଛନ୍ତି । 

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.