ବିପଦରେ ଛାତ୍ରଙ୍କ ଜୀବନ: ଅଘଟଣ ଘଟିଲେ ଦାୟୀ କିଏ ?

🎬 Watch Now: Feature Video

thumbnail

ଖୋର୍ଦ୍ଧା: ରାଜରାସ୍ତାରେ ଦ୍ରୁତଗତିରେ ବାଇକ ଚଳାଇ ଯାଉଛନ୍ତି ନାବାଳକ । ବିନା ହେଲମେଟ ଓ ବିନା ଲାଇସେନ୍ସରେ ବେପରୁଆ ଭାବେ ଗଡୁଛି ଗାଡି, ତା' ପୁଣି ସ୍କୁଲକୁ  । ନାବାଳକ ଛାତ୍ରମାନେ ବାଇକ ଚଢ଼ି ସ୍କୁଲ୍‌ ଯିବା ଉଭୟ ଅଭିଭାବକ ଆଉ ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବକୁ ଦର୍ଶାଉଛି । ଏହି ଦୃଶ୍ୟ ସାମ୍ନାକୁ ଆସିଛି ବେଗୁନିଆ ବଜାରରୁ । ଯେଉଁଠି ପେଁ ପାଁ କରି ଗୋଟିଏ ପରେ ଗୋଟିଏ ଗାଡି ଚାଲିଯାଉଛି ପବନ ବେଗରେ । ବାଇକ୍‌ରେ ବସିଛନ୍ତି ନାବାଳକ ଛାତ୍ର । ବେଗୁନିଆ ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ଏହି ପିଲାମାନଙ୍କର ଏଭଳି ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳୁଛି । ଗାଡ଼ି ଚାଳନା ଉପରେ କଡ଼ା ଆଇନ ଥିବା ସତ୍ତ୍ୱେ ସ୍କୁଲ୍‌ ପ୍ରଶାସନ ଏସବୁ ଜାଣି ନୀରବ ରହୁଛନ୍ତି  । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ । 

ଏହାମଧ୍ୟ ପଢନ୍ତୁ: ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ ବ୍ରାଣ୍ଡିଂ, ଲାଗିବ 'ଆମେ ଗଢିବୁ ନୂଆ ଓଡିଶା' ର ଷ୍ଟିକର

ଜାତୀୟ ରାଜପଥରେ ବରାବର ଚଳାଚଳ କରୁଛି ଭାରି ଯାନ । ଦିନ ତମାନ ଏହି ଯାନ ବନ୍ଦ କରି ସନ୍ଧ୍ୟା ସମୟ ପରେ ଚଳାଚଳ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି ବି କିଛି କାମ ଦେଉନି । ରାଜରାସ୍ତାର ଏହି ଯାନ ଚଳାଚଳ ପାଇଁ ଅନେକ ନିରୀହ ଛାତ୍ରଛାତ୍ରୀଙ୍କ ଜୀବନ ଚାଲି ଯାଉଥିବାର ନଜିର ରହିଛି । ଏପରି ସ୍ଥଳେ ପିଲାମାନଙ୍କୁ ବିଦ୍ୟାଳୟକୁ ଗାଡି ନେବାର ଅନୁମତି କିଏ ଦେଲା ବୋଲି ପ୍ରଶ୍ନ ଉଠିଛି । ତେବେ ଏଥିପାଇଁ ଦାୟୀ କିଏ ପରିବାର ନା ପୋଲିସ ପ୍ରଶାସନ ! ନା ଜାଣି ନଜାଣିବାର ଅଭିନୟ କରୁଥିବା ସ୍କୁଲ କର୍ତ୍ତୃପକ୍ଷ କି ପରିବହନ ବିଭାଗ ! ଏହାକୁ ନେଇ ଏବେ ନାନା ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.