ETV Bharat / sports

HIL ପାଇଁ ହକି ଟିମ୍ 'ଗୋନାସିକା’ ୱେବ-ସାଇଟ୍ ଉନ୍ମୋଚିତ, ଖେଳିବେ ୪ ଓଡ଼ିଆ - NEW HOCKEY TEAM GONASIKA

ଆନ୍ଥେମ୍ ଓ ଓ୍ବେବ-ସାଇଟ ଉନ୍ମୋଚନ କଲା ହକି ଇଣ୍ଡିଆ ଟିମ୍‌ ‘ଗୋନାସିକା’ । ଟିମରେ ବିରେନ୍ଦ୍ର ଲାକ୍ରା ଏବଂ ଦୀପସନ ତିର୍କୀଙ୍କ ସମେତ ୪ ଓଡ଼ିଆ ।

ହକି ଟିମ 'ଗୋନାସିକା’ର ୱେବ-ସାଇଟ୍ ଉନ୍ମୋଚିତ
ହକି ଟିମ 'ଗୋନାସିକା’ର ୱେବ-ସାଇଟ୍ ଉନ୍ମୋଚିତ (ETV Bharat Odisha)
author img

By ETV Bharat Odisha Team

Published : Nov 14, 2024, 10:56 AM IST

ଭୁବନେଶ୍ୱର: ବିଶାଖାପାଟଣା ବେସ ହକି ଇଣ୍ଡିଆ ଲିଗ ଫ୍ରାଞ୍ଚାଇଜ 'ଗୋନାସିକା’, ନିଜର ଅଫିସିଆଲ ଓ୍ବେବ-ସାଇଟ୍‌ ଓ ଆନ୍ଥେମ୍‌ ଉନ୍ମୋଚନ କରିଛି । ଗତକାଲି ଭୁବନେଶ୍ୱର ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ‘ଗୋନାସିକା’ ଟିମରେ ମୋଟ 20 ପ୍ଲେୟାର ଥିବା ବେଳେ ଓଡିଶାରୁ 4 ଜଣଙ୍କୁ ସ୍ଥାନ ମିଳିଛି । ଆସନ୍ତାମାସ (ଡିସେମ୍ବର) ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ‘ହକି ଇଣ୍ଡିଆ ଲିଗ’ରେ ଟିମ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଫ୍ରାଞ୍ଚାଇଜ ମାଲିକ ତାରିଣୀ ପ୍ରସାଦ ମହାନ୍ତି ।

  • ଟିମରେ ୪ ଓଡିଆ :-

ଏହି ଟିମରେ ସ୍ଥାନ ପାଇଥିବା ଓଡିଆ ହକି ତାରକାମାନେ ହେଲେ ନିଲମ ସଞ୍ଜୀପ, ବିରେନ୍ଦ୍ର ଲାକ୍ରା, ଦୀପସନ ତିର୍କୀ, ଅନମୁଲ ଇକ୍କା । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଟିମୋଥି ହୋଓାର୍ଡ, ଜ୍ୟାକ ଓ୍ବାଲର, ମନଦୀପ ସିଂ, ଅଲିଭର ପେଏନ୍, ସୁରଜ କରକେରା, ଅରିଜୀତ ସିଂ ହୁନ୍ଦଲ, ଅମୀର ଅଲି, ଯୋଗେମ୍ବର ରାଓ୍ବତ, ଜାକୋବ ଡ୍ରାପର ବିଷ୍ଣୁକାନ୍ତ ସିଂ, ଲି ମୋର୍ଟାନ, ଯଶଦୀପ ଶିବଚ, ସାନୁବନ୍ଦ ଉଥାପ୍ପା ପ୍ରମୁଖ ରହିଛନ୍ତି ।

ହକି ଟିମ 'ଗୋନାସିକା’ର ୱେବ-ସାଇଟ୍ ଉନ୍ମୋଚିତ (etv bharat Odisha)
  • ଅଲିମ୍ପିକ୍ସ ହକିରେ ଭଲ ପ୍ରଦର୍ଶନ କରିଥିଲା ଭାରତ

ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ନିଜର ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି । ପୂର୍ବରୁ ଅନେକ ଥର ସ୍ବର୍ଣ୍ଣ ପଦକ ହାସଲ କରିଥିବା ଭାରତ ନିକଟରେ ମଧ୍ୟ ଲଗାତାର ଦୁଇ ଦୁଇ ଥର ଅଲିମ୍ପିକ୍ସରେ ପଦକ ହାସଲ କରିଛି । ହକି ପାଇଁ ପ୍ରତ୍ୟେକ ଭାରତୀୟଙ୍କ ମନରେ ଗର୍ବ ଓ ସମ୍ମାନ ବଢିଛି । ତେବେ ହକି ଖେଳର ଉନ୍ନତ୍ତି ପାଇଁ ଭାରତଠାରୁ ଆରମ୍ଭ କରି ବିଶ୍ୱସ୍ଥରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । (HIL) ‘ହକି ଇଣ୍ଡିଆ ଲିଗ’ରେ ଅନେକ ହକି ତାରକା ସାମ୍ନାକୁ ଆସିବା ସହ ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି ।

  • ପ୍ରଥମ ଥର ‘ଟିମ୍‌ ଗୋନାସିକା’ର ଅଂଶଗ୍ରହଣ

ଏହି କ୍ରମରେ ପୁଣିଥରେ ‘ହକି ଇଣ୍ଡିଆ ଲିଗ’ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ କିଛି ନୂଆ ଦଳ ସାମିଲ ହୋଇଛନ୍ତି । ଏହି ଦଳଗୁଡ଼ିକ ମଧ୍ୟରୁ ଲିଗରେ ପ୍ରଥମ ଥର ପ୍ରଦାର୍ପଣ କରିବ ‘ଟିମ୍‌ ଗୋନାସିକା’ (TEAM GONASIKA’) । ଯାହାର ମାଲିକ ତାରିଣୀ ପ୍ରସାଦ ମହାନ୍ତି ରହିଛନ୍ତି । ଅଫିସିଆଲ ୱେବସାଇଟ୍ ଲଞ୍ଚର ଉତ୍ସବରେ ଦଳର ପ୍ରତେକ ଖେଳାଳିଙ୍କ ପରିଚୟ ସହିତ ଦଳର ଆନ୍ଥେମ ଟ୍ରାକ୍ ମଧ୍ୟ ରିଲିଜ କରାଯାଇଥିଲା ।

ପାଣିରୁ ଆକାଶ: ନିଆରା ଅନୁଭବ ଦେଉଛି ସି-ପ୍ଲେନ: ପର୍ଯ୍ୟଟନ ଉପରେ କଣ ରହିଛି ପ୍ରଭାବ ?

ଏହା ମଧ୍ୟ ପଢନ୍ତୁ:- ଦୃଷ୍ଟିବାଧିତ ଭାରତୀୟ ବିଶ୍ୱକପ୍ କ୍ରିକେଟ ଟିମରେ ୩ ଓଡ଼ିଆ ପୁଅ

  • ଯୁବ ପ୍ରତିଭାଙ୍କୁ ବଡ ଅବସର ଦେଉଛି ହକି ଇଣ୍ଡିଆ: ଦିଲ୍ଲୀପ ତିର୍କୀ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‘ହକି ଇଣ୍ଡିଆ’ର ସଭାପତି ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଯୋଗ ଦେଇ ଟିମକୁ ଶୁଭେଚ୍ଛା ଦେବା ସହ ଯୁବ ପ୍ରତିଭାବାନ ଖେଳାଳିଙ୍କୁ ହକି ଇଣ୍ଡିଆ ଏକ ବଡ଼ ପ୍ଲାଟଫର୍ମ ଯୋଗାଇ ବୋଲି କହିଥିଲେ । ଏହାସହ ‘ହକି’ର ବିକାଶ ପାଇଁ ଏହା ଏକ ସୁନ୍ଦର ପଦକ୍ଷେପ ଓ ଏହା ଅନେକ ଯୁବପିଢିଙ୍କୁ ପ୍ରରଣା ଯୋଗାଇବ ବୋଲି କହିଥିଲେ ଦିଲ୍ଲୀପ । ଏହି ଅବସରରେ ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ତଥା ‘ଗୋନାସିକା’ ଟିମର ସଦସ୍ୟ ବୀରେନ୍ଦ୍ର ଲାକ୍ରା, ଫ୍ରାଞ୍ଚାଇଜ ମାଲିକ ତାରିଣୀ ପ୍ରସାଦ ମହାନ୍ତିଙ୍କ ସମେତ ଅନ୍ୟାନ ଅତିଥିମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.