ନାବାଳକଙ୍କ ଉପରେ ମାଡ଼ିଗଲା କାର, ସିସିଟିଭିରେ କଏଦ ହେଲା ଛାତିଥରା ଦୃଶ୍ୟ

By ETV Bharat Odisha Team

Published : Sep 10, 2023, 10:50 PM IST

thumbnail

ଥିରୁଅନନ୍ତପୁରମ୍: ନାବାଳକଙ୍କ ଉପରେ ମାଡ଼ିଗଲା କାର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାବାଳକଙ୍କ ସମ୍ପର୍କୀୟ ଏଭଳି କାଣ୍ଡ ଘଟାଇଛନ୍ତି । ଏହି ଦୁର୍ଘଟଣାରେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାର ଦୃଶ୍ଯ ସିସିଟିଭି କ୍ୟାମେରାରେ କଏଦ ହୋଇଛି । କେରଳର ଥିରୁଅନନ୍ତପୁରମ୍‌ରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଦୁଇ ଜଣ ନାବାଳକ ରାସ୍ତାରେ ଠିଆ ହୋଇଥିବା ସମୟରେ ଏକ କାର ଆସି ଜଣେ ନାବାଳକଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାଟି ଅଗଷ୍ଟ ୩୦ ତାରିଖର ହୋଇଥିବା ପୋଲିସ ସୂଚନା ଦେଇଛି । ପୋଲିସ କହିଛି ଯେ, ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ନାବାଳଙ୍କ ଶେଷକୃତ୍ୟ ପରେ ପୋଲିସର ଯାଞ୍ଚ ସମୟରେ ନାବାଳକଙ୍କ କିଛି ସମ୍ପର୍କୀୟଙ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ଜଣକ ସେଠାରୁ ଫେରାର ଥିବାରୁ ପୋଲିସ ତାଙ୍କ ଉପରେ ସନ୍ଦେହ କରିଥିଲା । ରବିବାର ପୋଲିସ ଉକ୍ତ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାବାଳକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.