thumbnail

By

Published : Dec 12, 2022, 4:06 PM IST

Updated : Feb 3, 2023, 8:35 PM IST

ETV Bharat / Videos

RajyaSabha: ଅମର୍ଦ୍ଦା ଏୟାରପୋର୍ଟ ବିକଶିତ ପାଇଁ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି: ସାଂସଦ ମମତା ମହନ୍ତ

ନୂଆଦିଲ୍ଲୀ: ଅମର୍ଦ୍ଦା ଏୟାରପୋର୍ଟ ବିକଶିତ ପାଇଁ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି । ଜମି ଆବଣ୍ଚନ ପାଇଁ କେନ୍ଦ୍ର ସରକାର କି କି ପଦକ୍ଷେପ ନେଇଛନ୍ତି । ଉଡାନ ଯୋଜନାରେ ଅମର୍ଦ୍ଦା ରୋଡ ଏୟାରଷ୍ଚ୍ରିପକୁ ବିକାଶିତ ପାଇଁ ପଦକ୍ଷେପ ନେବେ କି । ଆଜି ରାଜ୍ୟସଭା ପ୍ରଶ୍ନକାଳରେ ଏହି ପ୍ରଶ୍ନ ପଚାରି ଉତ୍ତର ମାଗିଥିଲେ ବିଜେଡି ସାଂସଦ ମମତା ମହନ୍ତ । ଜବାବ ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ବ ସିନ୍ଧିଆ କହିଥିଲେ, ଅମର୍ଦ୍ଦାରେ ଥିବା ପ୍ରତିରକ୍ଷା ବିଭାଗର ଜମିକୁ ରାଜ୍ୟ ସରକାରଙ୍କୁ ଆବଣ୍ଟିତ କରିବା ପାଇଁ ଉଭୟ ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନା ଶେଷ ହୋଇଛି । ସମସ୍ତ ଆଇନଗତ ପ୍ରକ୍ରିୟା ବି ସରିଛି । ଜମି ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ରାଜ୍ୟ ସରକାର 26 କୋଟି ଟଙ୍କା ଦେବେ । ଏହା ପରେ ରାଜ୍ୟ ସରକାର ବିମାନ ବନ୍ଦରକୁ ନିଜେ ବିକଶିତ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.