ଉତ୍ତରକାଶୀ ହସ୍ପିଟାଲରେ 5 ଓଡିଆ ଶ୍ରମିକଙ୍କୁ ଭେଟିଲେ ଶ୍ରମମନ୍ତ୍ରୀ ଶାରଦା ନାୟକ

🎬 Watch Now: Feature Video

thumbnail

ଡେରାଡୁନ: ଉତ୍ତରକାଶୀ ହସ୍ପିଟାଲରେ ଟନେଲରୁ ଉଦ୍ଧାର ହୋଇଥିବା 5 ଜଣ ଓଡିଆ ଶ୍ରମିକଙ୍କୁ ଭେଟିଛନ୍ତି ଶ୍ରମମନ୍ତ୍ରୀ ଶାରଦା ପ୍ରସାଦ ନାୟକ । ମନ୍ତ୍ରୀ ଶାରଦା ଉତ୍ତରକାଶୀ ଜିଲ୍ଲା ହସ୍ପିଟାଲରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଉଦ୍ଧାର ଅପରେସନ ଜାରି ରହିଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ଶ୍ରମମନ୍ତ୍ରୀ ଶାରଦା ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ଟନେଲ ନିକଟକୁ ଗସ୍ତ କରି ସେଠାରେ ଉଦ୍ଧାର ଅପରେସନର ତଦାରଖ କରିଥିଲେ । 

ଗତକାଲି ରାତିରେ ସମସ୍ତ 41 ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ପରେ ସମସ୍ତଙ୍କୁ ଏବେ ଋଷିକେଶ ସ୍ଥିତ ଏମ୍ସରେ ସେମାନଙ୍କୁ ମେଡିକାଲ ଅବଜର୍ବେସନରେ ରଖାଯାଇଛି । ଗତକାଲି ସମସ୍ତଙ୍କୁ ଉଦ୍ଧାର କରାଯିବା ପରେ ପ୍ରଥମେ ଉତ୍ତରକାଶୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ପୂର୍ବାହ୍ନରେ ସମସ୍ତ 41 ଶ୍ରମିକଙ୍କ ବାୟୁସେନା ହେଲିକପ୍ଟରରେ ଋଷିକେଶ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି । ସେମାନଙ୍କ ନିକଟରେ କୌଣସି ଜଟିଳ ସ୍ବାସ୍ଥ୍ୟଗତ ସମସ୍ୟା ନଥିଲେ ସୁଦ୍ଧା ମେଡିକାଲ ନୀରିକ୍ଷଣ ଶେଷ ହେବା ପରେ ସେମାନଙ୍କୁ ନିଜ ରାଜ୍ୟକୁ ପଠାଯିବ । ସମସ୍ତ 41 ଶ୍ରମିକଙ୍କୁ ଲକ୍ଷେ ଟଙ୍କାର ସହୟତା ରାଶି ଘୋଷଣା କରିଛନ୍ତି ଧାମି ସରକାର । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.