Ratha Yatra 2023: ମହାପ୍ରଭୁଙ୍କ ପାଇଁ କାଗଜ ରଥ ପ୍ରସ୍ତୁତ କଲେ ଯୁବଶିଳ୍ପୀ - କାଗଜରେ ତିନୋଟି ରଥ ପ୍ରସ୍ତୁତ
🎬 Watch Now: Feature Video
ବ୍ରହ୍ମପୁର: ଘୋଷଯାତ୍ରା ପାଇଁ କାଗଜରେ ତିନୋଟି ରଥ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ସହର ଉପକଣ୍ଠ ଡୁରା ପଞ୍ଚାୟତର ପଥରା ଗ୍ରାମର ଛାତ୍ର କେ.ବିଜୟ କୁମାର ରେଡ୍ଡୀ । ସାଦା କାଗଜରେ ସେ ଏପରି ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଅବିକଳ ଭାବରେ ପ୍ରସ୍ତୁତ କରିଛନ୍ତିଯ । ଏହାକୁ ସେ ପ୍ରସ୍ତୁତ କରିବା ପରେ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଥିଲେ । ଶ୍ରୀଗୁଣ୍ଡିଚା ଅବସରରେ ବିଜୟ ପ୍ରସ୍ତୁତ କରିଥିବା ୩ରଥକୁ ପୁରୀ ବଡଦାଣ୍ଡରେ ଗଡାଇଥିଲେ । ବ୍ରହ୍ମପୁର ସହର ଉପକଣ୍ଠ ପାରଳା ମହାରାଜା ଇଂଞ୍ଜିନିୟରିଂ କଲେଜର ବିଦ୍ୟାର୍ଥୀ ବିଜୟ ରଥଯାତ୍ରା ପୂର୍ବରୁ ଏପରି କାଗଜରେ ରଥକୁ ତିଆରି କରିବା ପାଇଁ ଯୋଜନା କରି ଏହାକୁ ପ୍ରସ୍ତୁତ କରିଥିଲେ । ୩ ଦିନ ସମୟ ମଧ୍ୟରେ ସେ ଏହାକୁ ନିର୍ମାଣ କରିଥିବା ବେଳେ ଏହାର ଉଚ୍ଚତା ରହିଛି ୫ ଇଞ୍ଚ । ପୂର୍ବରୁ ବିଜୟ ଅନେକ କଳାକୃତି କରି ରାଜ୍ୟ ତଥା ଦେଶରେ ଅନେକ ସୁନାମ ଅର୍ଜନ କରିଛନ୍ତି । ତେବେ କାଗଜରେ ରଥ ପ୍ରସ୍ତୁତି ନେଇ ବିଜୟଙ୍କ ସହିତ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ପ୍ରତିନିଧୀ ସମୀର ଆଚାର୍ଯ୍ୟ ।
ଇଟିଭି ଭାରତ, ବ୍ରହ୍ମପୁର