Ratha Yatra 2023: କାଳିଆ ପାଇଁ କାଗଜ ରଥ, କ୍ଷୁଦ୍ରଶିଳ୍ପୀଙ୍କ ଖବର କାଗଜରେ କଳାକୃତି - ଘୋଷଯାତ୍ରାରେ କ୍ଷୁଦ୍ରଶିଳ୍ପୀଙ୍କ କଳାକୃତି

🎬 Watch Now: Feature Video

thumbnail

By

Published : Jun 20, 2023, 5:27 PM IST

ବ୍ରହ୍ମପୁର: ପୁରୁଣା ଖବର କାଗଜରେ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି ବ୍ରହ୍ମପୁରର ଯୁବଶିଳ୍ପୀ ସତ୍ୟ ନାରାୟଣ ମହାରାଣା । ପ୍ରତିବର୍ଷ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା, ସୁନାବେଶ ସମୟରେ ସତ୍ୟ ଭଳିକି ଭଳି ମହାପ୍ରଭୁଙ୍କ ପ୍ରତିକୃତି ଠାରୁ ଆରମ୍ଭ ବିଶ୍ବର ସବୁଠାରୁ ଛୋଟ ରଥ ନିର୍ମାଣ କରି ଅନେକ କୃତିତ୍ବ ଅର୍ଜନ କରିଛନ୍ତି । ଚଳିତବର୍ଷ ନୂତନ ଭାବରେ ଏଭଳି ପୁରୁଣା ଖବର କାଗଜ ବ୍ୟବହାର କରି ମହାପ୍ରଭୁଙ୍କର ରଥ ନିର୍ମାଣ କରିବାକୁ ସତ୍ୟ ପ୍ରୟାସ କରିଛନ୍ତି । ବିଶ୍ଵର ସବୁଠାରୁ ଛୋଟ ରଥ (1cm) କରିସାରିବା ପରେ ସତ୍ୟ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଚଳିତବର୍ଷ ଖବର କାଗଜରେ ନିର୍ମିତ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି । ଏହାର ଉଚ୍ଚତା ୭ ଇଞ୍ଚ୍ ଏବଂ ଓସାର ୪.୫ ଇଞ୍ଚ୍ ରହିଛି । ଏହାର ଓଜନ ୪୫ ଗ୍ରାମ ରହିଛି । ସେହିପରି ସତ୍ୟ ନିର୍ମାଣ କରିଥିବା ରଥରେ ପୁରୀ ନନ୍ଦିଘୋଷ ରଥ ପରି ୧୬ଟି ଚକ, ୪ଟି ଘୋଡ଼ା, ୨ ଓଲଟ ଶୁଆ, ଦଧିନଉତି, ପତିତପାବନ ବାନା ଏବଂ ସାରଥୀ ଶୋଭା ପାଉଛନ୍ତି  । ଏହି କଳାକୃତି କରିବାକୁ ତାଙ୍କୁ ଗୋଟିଏ ଦିନ ସମୟ ଲାଗିଥିଲା । ପୂର୍ବରୁ ସତ୍ୟ 1cmର କ୍ଷୁଦ୍ର ରଥ କଳାକୃତି ନିର୍ମାଣ କରି ବିଶ୍ବ ରେକର୍ଡ ହାସଲ କରିଛନ୍ତି । ଏହି ନିଆରା କଳାକୃତି ପାଇଁ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ସହିତ ଏସିଆ ବୁକ୍‌ ଅଫ୍‌ ରେକର୍ଡ, ନାସ୍‌ନାଲ ବୁକ୍‌ ଅଫ୍‌ ରେକର୍ଡ୍‌, ଗ୍ଲୋବାଲ ବୁକ୍‌ ଅଫ୍‌ ରେକର୍ଡ, ୱାର୍ଲ୍ଡ ରେକର୍ଡ ସେକ୍ଟର, ଇଣ୍ଡିଆ ୱାର୍ଲ୍ଡ ରେକର୍ଡ ଭଳି ଅନେକ ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ତେବେ ମହାପ୍ରଭୁଙ୍କ ଘୋଷଯାତ୍ରା ଅବସରରେ ଏହି ଖବର କାଗଜରେ ନନ୍ଦିଘୋଷ ବନାଇଥିବା ଯୁବଶିଳ୍ପୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.