ଆଇସ୍କ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ
🎬 Watch Now: Feature Video
ପୁରୀ: ଆଇସ୍କ୍ରିମ କାଠିରେ ପ୍ରସ୍ତୁତ ହୋଇଛି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ପବିତ୍ର ରଥଯାତ୍ରା ଅବସରରେ ନିଆରା କଳାକୃତି କରି ଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀକ୍ଷେତ୍ରର ଯୁବଶିଳ୍ପୀ । ପୁରୀ ସିଦ୍ଧମହାବୀର କୁମୁଟିପାଟଣାର ଯୁବଶିଳ୍ପୀ ବିଶ୍ବଜିତ ନାୟକ ଆଇସ୍କ୍ରିମ କାଠିରେ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି । ସମୁଦାୟ ୨୭୫ ଆଇସ୍କ୍ରିମ୍ କାଠି ବ୍ୟବହାର କରି ବିଶ୍ବଜିତ ଏହି ରଥ ନିର୍ମାଣ କରିଛନ୍ତି । ଏହି ରଥର ଉଚ୍ଚତା ୮ ଇଞ୍ଚ ହୋଇଥିବା ବେଳେ ଓସାର ରହିଛି ୯ ଇଞ୍ଚ । ଏହାର ନିର୍ମାଣ କରିବା ପାଇଁ ବିଶ୍ବଜିତଙ୍କୁ ୫ ଦିନ ସମୟ ଲାଗିଥିବା ସେ କହିଛନ୍ତି । ୨୦୨୧ରେ ବିଶ୍ବଜିତ ଆଇସ୍କ୍ରିମ କାଠିରେ ରଥ ନିର୍ମାଣ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ନାଁ ସାମିଲ କରିଥିଲେ । କ୍ଷୁଦ୍ର କଳାକୃତି ନିର୍ମାଣ କରିବା ବିଶ୍ବଜିତଙ୍କ ନିଶା ହୋଇଥିବା ବେଳେ ପେସାରେ ସେ ଜଣେ ଇଞ୍ଜିନିୟର ।
ଇଟିଭି ଭାରତ, ପୁରୀ