କାଚ ବୋତଳରେ ବିଘ୍ନ ବିନାଶକଙ୍କ ଆକର୍ଷଣୀୟ ମେଢ - ସୁକ୍ଷ୍ମ କଳାକୃତି କରି ଚର୍ଚ୍ଚାରେ ଶିଳ୍ପୀ
🎬 Watch Now: Feature Video
ଖୋର୍ଦ୍ଧା: ସବୁବେଳେ ନୂଆ କିଛି କରି ଚର୍ଚ୍ଚାରେ ରହୁଥିବା ଜଟଣୀ ଅଞ୍ଚଳର ସୁକ୍ଷ୍ମ ଶିଳ୍ପୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କରୋନା କଟକଣା ହଟିବା ପରେ ଚଳିତବର୍ଷ କଟକଣା ମୁକ୍ତ ଗଣେଶ ପୂଜା ଅନୁଷ୍ଠିତ ହେବ । ଏଥିପାଇଁ ପୁର ଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । କିନ୍ତୁ ପରିବେଶ ପ୍ରଦୂଷଣ ରୋକିବା ପାଇଁ ଜଟଣୀ ହାଟ ବଜାର ଅଞ୍ଚଳର ସୁକ୍ଷ୍ମ ଶିଳ୍ପୀ ଏଲ ଈଶ୍ବର ରାଓ ସୁକ୍ଷ୍ମ କଳାକୃତି ମାଧ୍ୟମରେ ନିଆରା ବାର୍ତ୍ତା ବାଣ୍ଟିଛନ୍ତି । ଏକ 350 ମିଲି କାଚ ବୋତଲରେ କାଗଜ ଖଣ୍ଡ ଓ ମାଟି ବ୍ୟବହାର କରି ଗଣେଶ ମେଢ଼ ପ୍ରସ୍ତୁତ କରିଛନ୍ତି । ଏହି ମେଢ଼ର ଉଚ୍ଚତା ସାଢ଼େ 4ଇଞ୍ଚ ଓ ଚଉଡା ଅଢେଇ ଇଞ୍ଚ ରହିଛି । ଇଟିଭି ଭାରତ ଖୋର୍ଦ୍ଧା
Last Updated : Feb 3, 2023, 8:27 PM IST