Debasish Biswal Mortal Remains: କାଲି ସକାଳ 10ଟାରେ ପହଞ୍ଚିବ ଦେବାଶିଷଙ୍କ ପାର୍ଥିବ ଶରୀର

By

Published : Apr 21, 2023, 9:02 PM IST

thumbnail

ପୁରୀ: ଦେଶମାତୃକା ପାଇଁ ଶହୀଦ ହୋଇଛନ୍ତି ବୀର ଯବାନ ଦେବାଶିଷ ବିଶ୍ବାଳ । ଆସନ୍ତାକାଲି (ଶନିବାର) ଜନ୍ମଭୂମିରେ ପହଞ୍ଚିବ ବୀର ଯବାନଙ୍କ ପାର୍ଥିବ ଶରୀର । ସତ୍ୟବାଦୀ ବ୍ଲକ  ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର ପ୍ରତାପ ବିଶ୍ବାଳ ଓ ମମତା ବିଶ୍ବାଳଙ୍କ ପୁଅ ଦେବାଶିଷ ବିଶ୍ବାଳ । ଜମ୍ମୁ କାଶ୍ମୀର ପୁଞ୍ଚରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଶହୀଦ ହୋଇଥିଲେ । ପୁଅକୁ ହରାଇ ସ୍ତବ୍ଧ ପରିବାର ଓ ଗାଁ ଲୋକେ । ଦେବାଶିଷଙ୍କ ସହ ଘଟିଥିବା ଏହି ଅଘଟଣକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି । ତେବେ ଅସନ୍ତାକାଲି ଶହୀଦ ଯବାନଙ୍କ ପାର୍ଥିବ ଶରୀର ସକାଳ 10 ସୁଦ୍ଧା ଗାଁରେ ପହଞ୍ଚିବା ନେଇ ସୂଚନା ଦେଇଛନ୍ତି ସତ୍ୟବଦୀ ବିଡିଓ । ବିଡିଓ ଶ୍ରୀଲୋଚନ ଦାସ କହିଛନ୍ତି, "ପରିବାର ଲୋକଙ୍କୁ ସମବେଦନ ଜଣାଇଛି । ତେବେ ଶହୀଦଙ୍କ ମରଶରୀରର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ଯାଦାର ସହ କରାଯିବା ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଗତକାଲି (ଗୁରୁବାର) ଜମ୍ମୁ କାଶ୍ମୀର ପୁଞ୍ଚରେ ଓଡିଆ ପୁଆର ଶହୀଦ ହେବା ଘଟଣା ଆସିବା ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.