ବାଙ୍କୀରେ ରାସ୍ତା ଉପରେ ଲହଡି ମାରୁଛି ବନ୍ୟାଜଳ, ପ୍ରଶାସନର ଦେଖା ଦର୍ଶନ ନଥିବା ଅଭିଯୋଗ - ମିଳୁନି ବନ୍ୟା ବିପନ୍ନଙ୍କୁ ରକ୍ଷା କି ଶୁଖିଲା ଖଦ୍ୟ

🎬 Watch Now: Feature Video

thumbnail

By

Published : Aug 4, 2023, 9:34 PM IST

କଟକ: ବାଙ୍କୀରେ ବନ୍ୟା ବିପନ୍ନଙ୍କ ବଢୁଛି ଦୁର୍ଦ୍ଦାଶା । ମିଳିପାରିଲା ନାହିଁ ରନ୍ଧା କି ଶୁଖିଲା ଖାଦ୍ୟ । ସେପଟେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ନେଇ ଚିନ୍ତାରେ ଚାଷୀ । ମହାନଦୀର ବନ୍ୟାଜଳ ପ୍ରବାହିତ ଯୋଗୁ ୩ ଦିନ ଧରି ଜଳବନ୍ଦୀ ଜୀବନ ଅତିବାହିତ କରୁଛନ୍ତି ଓସ୍ତିଆ ପଞ୍ଚାୟତର ଷୋଳମାଣ ଆନନ୍ଦପୁର ଓ ଶିମିଳିପୁର ପଞ୍ଚାୟତରର ଶୁଖୁଆ ଖଳା ଗ୍ରାମ । ବନ୍ୟା ବିପନ୍ନଙ୍କ ନିକଟରେ ରନ୍ଧା କି ଶୁଖିଲା ଖାଦ୍ୟ ପହଞ୍ଚି ପାରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । 

ଅନ୍ୟପଟେ ବନ୍ୟା ଜଳ ପ୍ରବାହିତ ଯୋଗୁ ଶହଶହ ହେକ୍ଟର ଫସଲ ଏବେ ଉଜୁଡ଼ି ଯିବାକୁ ବସିଲାଣି ବୋଲି ଚାଷୀ ଅଭିଯୋଗ ଆଣିଛନ୍ତି । ଏପରିକି ଓସ୍ତିଆ ପଞ୍ଚାୟତ ପରିଦର୍ଶନ ପାଇଁ କୌଣସି ପ୍ରଶାସନିକ ଅଧିକାରୀ ଆସି ନଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅଧିବାସୀ । ସେପଟେ ଓ଼ସ୍ତିଆ ପଞ୍ଚାୟତକୁ ଜରୁରୀକାଳୀନ ପରିସ୍ଥିତିରେ ଯିବା ଆସିବା ପାଇଁ ଡଙ୍ଗା ଯୋଗାଇ ଦେବାକୁ ପ୍ରଶାସନକୁ ଦାବି କରନ୍ତି ଲୋକେ । ତେବେ ବର୍ତ୍ତମାନ ମୁଣ୍ଡଳୀରେ 6 ଲକ୍ଷ 2 ହଜାର ବନ୍ୟା ଜଳ ପ୍ରବାହିତ ହେଉଛି । ହେଲେ ନରାଜ ଓ ଆନିକଟ ବ୍ୟାରେଜରେ ଜଳସ୍ତର କମିବା ଆରମ୍ଭ ହୋଇଛି । ତେବେ ମୋଟାମୋଟି ଭାବରେ କହିବାକୁ ଗଲେ କଟକ ଜିଲାର ବାଙ୍କୀ , ବଡ଼ମ୍ବା , ଆଠଗଡ଼ , ତିଗିରିଆ ଆଦି ଅଞ୍ଚଳରେ ଅନେକ ପଞ୍ଚାୟତ ଜଳମଗ୍ନ ହୋଇଥିଲା । ବର୍ତ୍ତମାନ ସମୟରେ ବନ୍ୟା ଜଳ ପ୍ରବାହ ଧୀରେଧୀରେ କମିବା ପରେ ଉକ୍ତ ଅଞ୍ଚଳମାନଙ୍କରୁ ବନ୍ୟା ଜଳ ଖସିବା ନେଇ ଆଶା କରଯାଉଛି ।


ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.