ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ, ମଙ୍ଗଳମୟ ହେବ ଦିନ - ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/03-09-2023/640-480-19419063-thumbnail-16x9-bkdf.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 3, 2023, 6:53 AM IST
ପୁରୀ: ସେ ଜଗତର ନାଥ ଜଗନ୍ନାଥ । କୋଟି ଓଡିଆଙ୍କ ମଉଡମଣି ସେ ବ୍ରହ୍ମାଣ୍ଡ ଠାକୁର । ଭାବ ବିନୋଦିଆ କାଳିଆ ଠାକୁରର ଦର୍ଶନ ପାଇଁ ଆକୁଳ ଭକ୍ତର ମନ । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ମହାପ୍ରଭୁ । ତାଙ୍କର ଟିକିଏ ଦର୍ଶନ ପାଇଁ କାଇଁ କେତେ ଦୂରରୁ ପୁରୀକୁ ଧାଇଁ ଆସିଥାଏ ଭକ୍ତ ଟିଏ । ଜଗତର ମଙ୍ଗଳ କାମନା କରି ପ୍ରତିଦିନ ବଡି ଭୋରରୁ ପ୍ରଭୁ ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ । ସବୁଦିନ ପରି ଆଜି ମଧ୍ୟ ଦ୍ବାରଫିଟା ନୀତି ସମ୍ପନ୍ନ ପରେ ମଙ୍ଗଳ ଆଳତୀ ନୀତି କରାଯାଇଛି । ସେବାୟତମାନେ ଘଣ୍ଟି, ଧୂପ ଓ ମନ୍ତ୍ରୋପଚାରଣ ସହ ପତିତପାବନଙ୍କ ଆଳତୀ ସମ୍ପନ୍ନ କରିଛନ୍ତି । ଏହି ଦିବ୍ୟ ଆଳତୀ ଦର୍ଶନ ମାତ୍ରେ ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ଇଟିଭି ଭାରତ, ପୁରୀ