Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
ପୁରୀ: ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ଆସିଛନ୍ତି ଶ୍ରୀଜିଉ । ଆଡପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଶନିବାର ଗୁଣ୍ଡିଚା ମନ୍ଦିରରେ ସମ୍ପନ୍ନ ହୋଇଛି ହେରାପଞ୍ଚମୀ ନୀତି । ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି । ଆଜି ତିନି ରଥର ହେବ ଦକ୍ଷିଣ ମୋଡ । ଶ୍ରୀମନ୍ଦିରେ ଜଗା ନଥିବାରୁ ଭକ୍ତ ଶୂନ୍ୟ ବଡଦାଣ୍ଡ । ଏଠାରେ ବଡି ଭୋରୁ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି । ଆଜି ଦ୍ବାରଫିଟା ନୀତି ପରେ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଥିଲା । ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ଆଳତୀ କରିଥିଲେ ସେବାୟତ । ଘଣ୍ଟି, ଧୂପ ଓ ମନ୍ତ୍ରୋଚାରଣ ସହ ମଙ୍ଗଳ ଆଳତୀ ନୀତି କରାଯାଇଥିଲା । ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରେ ଭାଇ ଭଉଣୀଙ୍କୁ ଧରି ଘୋଷଯାତ୍ରାରେ ବାହାରିଥିଲେ ଜଗତର ନାଥ ଜଗନ୍ନାଥ ।
ଇଟିଭି ଭାରତ, ପୁରୀ