ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ, ମଙ୍ଗଳମୟ ହେବ ଦିନ - ମଙ୍ଗଳ ଆଳତୀ
🎬 Watch Now: Feature Video
ପୁରୀ: ଆହେ ନୀଳଶୈଳ । ବ୍ରହ୍ମାଣ୍ଡ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ । ଭକ୍ତ ଭାବରେ ବନ୍ଧା ଭାବ ବିନୋଦିଆ କାଳିଆ ଠାକୁର । ତା'ର ଚକା ଆଖିକୁ ଚାହିଁଦେଲେ ପବିତ୍ର ହୋଇଯାଏ ଚର୍ମଚକ୍ଷୁ । ସାଆନ୍ତେଙ୍କ କଳା ଶ୍ରୀମୁଖର ଦର୍ଶନ ପାଇଁ ସାତ ଦରିଆ ଡେଇଁ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଥାଏ ଭକ୍ତ । ପ୍ରତ୍ୟହ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ପ୍ରଭୁ ପତିତପାବନ । ପ୍ରତିଦିନ ପ୍ରତ୍ୟୁଷରୁ ଭାବର ଠାକୁର ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ । ସବୁଦିନ ଭଳି ଆଜି ମଧ୍ୟ ସକାଳୁ ଶ୍ରୀମନ୍ଦିରରେ ଦ୍ବାରଫିଟା ନୀତି ସମ୍ପନ୍ନ ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଇଛି । ଜଗତର କଲ୍ୟାଣ ପାଇଁ ସେବାୟତମାନେ ଘଣ୍ଟି, ଧୂପ ଓ ମନ୍ତ୍ରୋପଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ କରିଛନ୍ତି । ଏହି ଦିବ୍ୟ ଆଳତୀ ଦର୍ଶନ କରେ ଜୀବନର ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ଇଟିଭି ଭାରତ, ପୁରୀ