Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - ଆଜି ପବିତ୍ର ବାହୁଡା ଯାତ୍ରା

🎬 Watch Now: Feature Video

thumbnail

By

Published : Jun 28, 2023, 6:47 AM IST

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀମନ୍ଦିରକୁ ବାହୁଡିବେ ମହାବାହୁ । ଆଷାଢ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଏହି ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ତିନି ରଥ ପ୍ରସ୍ତୁତ ରହିଛି। ସେପଟେ ମହାବାହୁଙ୍କ ଅପେକ୍ଷାରେ ରହିଛି ବଡଦାଣ୍ଡ । ଶ୍ରୀମନ୍ଦିରେ ଜଗା ନ ଥିବାରୁ ଭକ୍ତ ଶୂନ୍ୟ ବଡଦାଣ୍ଡ । ଏଠାରେ ବଡି ଭୋରୁ ସେବାୟତମାନେ ପତିତପାବନଙ୍କ ମଙ୍ଗଳ ଆଳତୀ କରିଛନ୍ତି । ଆଜି ଦ୍ବାରଫିଟା ନୀତି ପରେ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଥିଲା । ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଜଗତର କଲ୍ୟାଣ ପାଇଁ ବିଶ୍ବନିୟନ୍ତାଙ୍କ ପାଖରେ ଆଳତୀ କରିଥିଲେ ସେବାୟତ । ଘଣ୍ଟି, ଧୂପ ଓ ମନ୍ତ୍ରୋଚାରଣ ସହ ମଙ୍ଗଳ ଆଳତୀ ନୀତି କରାଯାଇଥିଲା ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.