Mangala Alati: ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ - ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
ପୁରୀ: ପାଖେଇ ଆସୁଛି ବିଶ୍ବନୟାନ୍ତଙ୍କ ଘୋଷଯାତ୍ରା । ବିଧି ଅନୁସାରେ ଚାଲିଛି ରଥ ନିର୍ମାଣ । ଏନେଇ ସକାଳୁ ସଞ୍ଜ ଯାଏଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । କାଳିଆ ସାଆନ୍ତର କଳା ବଦନକୁ ଦେଖିବା ପାଇଁ ଚାହିଁ ରହିଥାନ୍ତି ଭକ୍ତ । ଜଗତର କଲ୍ୟାଣ କାମନା କରି ବିଶ୍ବ ନିୟନ୍ତାଙ୍କ ପାଖରେ ପ୍ରତିଦିନ ହୋଇଥାଏ ମଙ୍ଗଳ ଆଳତୀ । ସବୁଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ପ୍ରଭାତରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସମ୍ପନ୍ନ ହୋଇଛି । ଏହାପରେ ନୀତି ଅନୁସାରେ ଘଣ୍ଟଘଣ୍ଟା, ଦୀପ ଓ ମନ୍ତ୍ରୋଚାରଣ ସହିତ କରାଯାଇଥିଲା ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କଲେ ଦିନ ମଙ୍ଗଳମୟ ହେବା ସହ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ମଙ୍ଗଳ ଆଳତୀ ଦେଖିବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ପ୍ରତିଦିନ ସକାଳେ ଶହଶହ ଭକ୍ତଙ୍କ ସମାଗମ ହୋଇଥାଏ । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଇଛି ପରିସର ।
ଇଟିଭି ଭାରତ, ପୁରୀ