Mangala Alati: ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
ପୁରୀ: କୋଠ ଭୋଗଖିଆ ମୋ ଚକା ଆଖିଆ.. ଆହେ କାଳିଆ ଠାକୁର । କୋଟି ଓଡ଼ିଆଙ୍କ ମଉଡମଣୀ । ଦୁଃଖଭଞ୍ଜନ ଜଗତର ନାଥ ଜଗନ୍ନାଥ । ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଓଁ ନମୋ ଭଗବତେ ବାସୁଦେବାୟ । ଜଗତର କଲ୍ୟାଣ କାମନା କରି ବିଶ୍ବ ନିୟନ୍ତାଙ୍କ ପାଖରେ ପ୍ରତିଦିନ ହୋଇଥାଏ ମଙ୍ଗଳ ଆଳତୀ । ତାର କଳା ବଦନକୁ ଦେଖିବା ପାଇଁ ଚାହିଁ ରହିଥାନ୍ତି ଭକ୍ତ । ସବୁଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ପ୍ରଭାତରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସମ୍ପନ୍ନ ହୋଇଛି । ଏହାପରେ ନୀତି ଅନୁସାରେ ଘଣ୍ଟଘଣ୍ଟା, ଦୀପ ଓ ମନ୍ତ୍ରୋଚାରଣ ସହିତ କରାଯାଇଥିଲା ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କଲେ ଦିନ ମଙ୍ଗଳମୟ ହୋଇଥାଏ । ଏହାସହ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ମଙ୍ଗଳ ଆଳତୀ ଦେଖିବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଶହଶହ ଭକ୍ତଙ୍କ ସମାଗମ ହୋଇଥାଏ ।
ଇଟିଭି ଭାରତ, ପୁରୀ