ପତିତପାବନଙ୍କ ମଙ୍ଗଳ ଆଳତୀ, ପ୍ରଭାତରେ କରନ୍ତୁ ଦିବ୍ୟ ଦର୍ଶନ - ମଙ୍ଗଳ ଆଳତୀ
🎬 Watch Now: Feature Video

ପୁରୀ: ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ କରାଯାଏ ମଙ୍ଗଳ ଆଳତୀ । ଯାହାର ମାହାତ୍ମ୍ୟ ବେଶ ଅଧିକ । ସବୁ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାପରେ ନୀତି ଅନୁସାରେ ଘଣ୍ଟି, ଦୀପ ଓ ମନ୍ତ୍ରୋଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି । ଏହି ସମୟରେ ନିକଟରେ ଠିଆ ହୋଇଥିବା ଭକ୍ତଙ୍କ ମୁଖରୁ ଓଁ ନମଃ ଭଗବତେ ବାସୁଦେବାୟ ଶୁଣିବାକୁ ମିଳୁଛି । ତେବେ ସକାଳୁ ସକାଳୁ ଏହି ଦିବ୍ୟ ଆଳତୀ ଦର୍ଶନ ଦ୍ବାରା ପୁରା ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।
Last Updated : Feb 3, 2023, 8:34 PM IST