ଅଣସରରେ ଶ୍ରୀବିଗ୍ରହ, ଦର୍ଶନ କରନ୍ତୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତୀ - ଅଣସରରେ ଶ୍ରୀବିଗ୍ରହ
🎬 Watch Now: Feature Video
ପୁରୀ: ଅଣସରର ଦ୍ବାଦଶ ଦିନରେ ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଆଜି ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହଙ୍କ ନିକଟରେ ଘଣାଲାଗି କରାଯିବ । ସ୍ନାନଯାତ୍ରାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ହୋଇ ଅଣସର ପିଣ୍ତିକୁ ବିଜେ କରିଥିଲେ ମହାପ୍ରଭୁ। ଦୀର୍ଘ 15 ଦିନ ପରେ ସୁସ୍ଥ ହୋଇଛନ୍ତି ମହାବାହୁ । ଅଣସର ଗୃହରେ କାଳିଆ ସାଆନ୍ତେ ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳିଚହଳି ନାହିଁ । ତେଣୁ ସକାଳୁ ସକାଳୁ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏବେ ବ୍ରହ୍ମଗିରି ଶ୍ରଦ୍ଧାଳୁଙ୍କ ପାଇଁ ପାଲଟି ଯାଇଛି ଦ୍ବିତୀୟ ଶ୍ରୀକ୍ଷେତ୍ର । ଏଠାରେ ପ୍ରତିଦିନ ଅଲାରନାଥଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଏହାକୁ ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥାଏ । ଆଜି ଭୋର ସମୟରେ ଅଲାରନାଥଙ୍କ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଛି । ଆଳତୀ ଦେଖିବାକୁ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା ।
ଇଟିଭି ଭାରତ, ପୁରୀ