ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଅପୂର୍ବ ଦୃଶ୍ୟ - ମଙ୍ଗଳ ଆଳତୀ
🎬 Watch Now: Feature Video
Published : Nov 5, 2023, 6:55 AM IST
ପୁରୀ: ଓଁ ନମୋ ଭଗବତେ ବାସୁଦେବାୟ । ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ନୀଳାଚଳିଆ କାଳିଆ ଠାକୁର । କୋଟି ଓଡ଼ିଆଙ୍କ ମଉଡମଣି । କଳା ସାଆନ୍ତେ ଭକ୍ତ ଭାବରେ ବନ୍ଧା ଭାବ ବିନୋଦିଆ ଠାକୁର । ତାଙ୍କର ଲୀଳା ଅପାର । ପତିତମାନଙ୍କୁ ଉଦ୍ଧାରିବା ପାଇଁ ପତିତପାବନ ରୂପେ ଅବତାର ନେଇଛନ୍ତି ମହାପ୍ରଭୁ । ବିଶ୍ବର ମଙ୍ଗଳ କାମନା କରି ଶ୍ରୀମନ୍ଦିରରେ ପ୍ରତ୍ୟହ ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ । ସବୁଦିନ ପରି ଆଜି ମଧ୍ୟ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି । ପ୍ରାତଃରୁ ସେବାୟତମାନଙ୍କ ଦ୍ବାରା ଦ୍ବାରଫିଟା ନୀତି ସମ୍ପନ୍ନ ହୋଇଥିଲା । ଏହାପରେ ଧୂପ ଦୀପ, ଘଣ୍ଟି, ମନ୍ତ୍ରୋପଚାରଣ ସହିତ ପତିତପାବନଙ୍କ ଆଳତୀ କରାଯାଇଛି । ବିଶ୍ବାସ ରହିଛି ମଙ୍ଗଳ ଆଳତୀ ଦର୍ଶନ କଲେ ସବୁ ପାପକ୍ଷୟ ହୋଇ ଅପାର କରୁଣା ପ୍ରାପ୍ତ ହୁଏ । ନୀଳାଚଳରୁ ଦେଖନ୍ତୁ ସେହି ଅପୂର୍ବ ଦୃଶ୍ୟ...