Mangala Alati: ପ୍ରଭାତରୁ ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ - ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
ପୁରୀ: ଜଗତର ନାଥ ଜଗନ୍ନାଥ । ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । କିଏ ତାକୁ କାଳିଆ ସାଆନ୍ତ ଡାକେ ତ ପୁଣି କିଏ ଶ୍ରଦ୍ଧାରେ ବଡ ଠାକୁର ବୋଲି କୁହେ । ଭାଇ ଭଉଣୀଙ୍କ ସହ ଶ୍ରୀମନ୍ଦିର ରତ୍ନ ସିଂହାସନରେ ବସିଥିବା କାଳିଆ ଠାକୁରଙ୍କର ଦର୍ଶନ ପାଇଁ ଭକ୍ତ ମନ ଆତୁର ଥାଏ । ପ୍ରତିଦିନ ଭୋରରୁ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ସକାଳୁ ସକାଳୁ ପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ କଲେ ପାପ କ୍ଷୟ ସହ ଦିନ ମଙ୍ଗଳମୟ ହୋଇଥାଏ । ଦ୍ବାରଫିଟା ନୀତି ସମ୍ପର୍ଣ୍ଣ କରାଯିବା ପରେ ପ୍ରଭୁ ପତିତପାବନଙ୍କ ଆଳତୀ କରାଯାଇଥାଏ ।
ସବୁଦିନ ପରି ଆଜି ଭୋରୁ ସେବାୟତମାନଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଏହାସହ ଘଣ୍ଟି ଧୂପ,ଓ ମନ୍ତ୍ରୋଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଥିଲା । ମଙ୍ଗଳ ଆଳତୀ ଦର୍ଶନ କଲେ ଭଗବାନଙ୍କ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ । ଏଥିସହ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।
କୋଟି ଓଡିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ଅନାଥର ନାଥ ନିରାଶର ଆଶା ଜଗନ୍ନାଥ । ସକାଳୁ ସକାଳୁ ପ୍ରଭୁ ପତିତପାବନଙ୍କ ଆଳତୀ ପାଇବା ସହ ସବୁ ଭୁଲକୁ କ୍ଷମା କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ଭକ୍ତଟିଏ ପ୍ରାର୍ଥନା କରିଥାଏ । ପ୍ରତ୍ୟେକ ଦିନ ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ କାଳିଆକୁ ଦେଖିବାକୁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଥାଏ । ଭକ୍ତମାନେ ଜୟ ଜଗନ୍ନାଥ ସ୍ବାମୀ କହି ବାଇସି ପାହାଚ ଚଢି କାଳିଆକୁ ଦର୍ଶନ କରିଥାନ୍ତି ।
କାଳିଆ ସାଆନ୍ତଙ୍କୁ ଦର୍ଶନ କରିବା ପାଇଁ ଆତୁର ହୋଇଯାଏ ଭକ୍ତ । ଦୂରଦୂରାନ୍ତର ପ୍ରତ୍ୟେକ ଦିନ ଭକ୍ତଙ୍କ ସୁଅ ଛୁଟେ ଶ୍ରୀମନ୍ଦିରକୁ । ଚାରି ଧାମ ମଧ୍ୟରୁ ଜଗତର ନାଥ ଜଗନ୍ନାଥଙ୍କ ଧାମ ଅନ୍ୟତମ । ମହାବାହୁଙ୍କ ସବୁଠାରୁ ବଡ ଯାତ୍ରା ହେଉଛି ଘୋଷ ଯାତ୍ରା । ଏହି ସମୟରେ ବର୍ଷକୁ ଥରେ ଶ୍ରୀମନ୍ଦିରରୁ ବାହାରକୁ ଆସନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ରଥଯାତ୍ରା ବିଶ୍ବ ପ୍ରସିଦ୍ଧ । ଯାତ୍ରା ସମୟରେ ବଡଦାଣ୍ଡରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ । ମହାପ୍ରଭୁଙ୍କ ଷୋହଳ ନାମ ଧରି ରଥ ଦଉଡି ଟାଣିଥାନ୍ତି ଭକ୍ତ । ଏହାପରେ ନିଜ ମାଉସିଙ୍କ ଘରକୁ 9 ଦିନ ଯାତ୍ରା କରିଥାନ୍ତି ମହାବାହୁ । ସେଠାରେ ଲୀଳାଖେଳା ପରେ ପୁଣି ଶ୍ରୀମନ୍ଦିରକୁ ବାହୁଡନ୍ତି । ଏହାକୁ ବାହୁଡା ଯାତ୍ରା କୁହାଯାଏ ।
ଇଟିଭି ଭାରତ, ପୁରୀ