ନୂଆପଡାରେ ବିଜେପିର ମଣ୍ଡି ଚାଲ ଅଭିଯାନ, କୃଷକଙ୍କ ଦୁଃଖ ଶୁଣିଲେ କୃଷକ ମୋର୍ଚ୍ଚା ସଭାପତି - ବିଜେପି କୃଷକ ମୋର୍ଚ୍ଚାର ମଣ୍ଡି ଚାଲ ଅଭିଯାନ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 17, 2023, 8:52 AM IST

ନୂଆପଡ଼ା: ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଛି ରାଜ୍ୟବ୍ୟାପୀ ମଣ୍ଡି ଚାଲ ଅଭିଯାନ । ଏହି ଅଭିଯାନରେ ସାମିଲ ହୋଇ ଖଡ଼ିଆଳ ବ୍ଲକର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିବା ସହ କୃଷକଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି । ଖଡ଼ିଆଳ ବ୍ଲକର ତୁକୁଳା, ନେହେନା, ଡୁଆଝର ଧାନମଣ୍ଡି ପରିଦର୍ଶନ କରି ଉଦବେଗ ପ୍ରକାଶ କରିଥିଲେ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ । ମଣ୍ଡିଗୁଡ଼ିକ ବ୍ୟାପକ ଅବ୍ୟବସ୍ଥା ଭିତରେ ଚାଲିଥିବା ଅଭିଯୋଗ କରିଛନ୍ତି । ମଣ୍ଡିରେ ଧାନ ରଖିବା ପାଇଁ ଆବଶ୍ୟକୀୟ ଜାଗା ନଥିବା ବେଳେ ଚାଷୀ ବସିବାପାଇଁ ସ୍ଥାନ ନାହିଁ ଓ ପିଇବା ପାଣିର ବ୍ୟବସ୍ଥା ନଥିବା ସେ ଅଭିଯୋଗ କରିଛନ୍ତି । ସେହିଭଳି ମଣ୍ଡିଗୁଡିକରେ ଚାଷୀଙ୍କୁ ଶୋଷଣ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି କୃଷକ ମୋର୍ଚ୍ଚା ସଭାପତି ।

ଏହା ମଧ୍ୟ ପଢନ୍ତୁ-ବିଜେପିର ମଣ୍ଡି ଚାଲ ଅଭିଯାନ, ଧାନ କ୍ରୟରେ କଟନୀ ଛଟନୀ ଅଭିଯୋଗ କଲେ ଚାଷୀ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କ ଧାନକୁ 4ରୁ 5 କେଜି କଟନୀ ଛଟନି କରାଯାଉଛି । ମଣ୍ଡିଗୁଡିକରେ ମିଲର୍ଷ ରାଜ ଚାଲିଛି । ଏସମ୍ପର୍କରେ ରାଜ୍ୟପାଳଙ୍କୁ ବିଜେପି କୃଷକ ମୋର୍ଚ୍ଚା ଅଭିଯୋଗ କରିଛି । ଏସବୁ ପ୍ରତି ରାଜ୍ୟ ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ । ମଣ୍ଡିଗୁଡିକର ଆନୁସାଙ୍ଗିକ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ରସରକାର ପାର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦେଉଥିବା ସତ୍ତ୍ୱେ ମଣ୍ଡିଗୁଡିକ ର ଅବ୍ୟବସ୍ଥା ଲାଗିରହିଛି । ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ 2ରୁ 3 ଡିସମିଲ ଜାଗାରେ ଅବ୍ୟବସ୍ଥା ଘେର ରେ ମଣ୍ଡି ଖୋଲା ଯାଇଛି ଯାହାକି ଦୁର୍ଭାଗ୍ୟ ଜନକ ବୋଲି ରାଜ୍ୟ ସରକାର ବିରୁଦ୍ଧରେ ଗର୍ଜିଛନ୍ତି ମହେଶ୍ବର ସାହୁ ।
 

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.