ରଖେ ହରି ତ ମାରେ କିଏ ! ଶୋଇଥିଲେ ରାତ୍ର ଜଗୁଆଳି, ଶୁଣ୍ଢରେ ଭିଡିଦେଲା ଦନ୍ତା - 22 ଟିକିଆ ହାତୀପଲଙ୍କ ଆତଙ୍କ

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 2, 2023, 5:23 PM IST

କେନ୍ଦୁଝର: ମୟୂରଭଞ୍ଜ କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢିବାରେ ଲିଗଛି । 22 ଟିକିଆ ହାତୀପଲଙ୍କ ଆତଙ୍କରେ ଆତଙ୍କୀତ ଗ୍ରାମବାସୀ । କେତେବେଳେ ଫସଲ ନଷ୍ଟ କରୁଛନ୍ତି ତ କେତେ ବେଳେ ଘରଭାଙ୍ଗି ମାଟିରେ ମିଶେଇ ଦେଉଛନ୍ତି । ଏହି ସମୟରେ ହାତୀ ଆତଙ୍କକୁ ନେଇ ଏକ ଲୋମଟାଙ୍କୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ପାଇବେ ଜଣେ ରାତ୍ର ଜଗୁଆଳି ଶୋଇଥିବା ବେଳେ ମଶାରୀ ଟାଣି ମଶାରୀ ସହ ମଣିଷକୁ ଟାଣିଆଣି ତଳେ କଚି ଦେଇଥିଲା ଦନ୍ତା । ହେଲେ କଥାରେ ଅଛ, ରଖେ ହରି ତ ମାରେ କିଏ । ଭାଗ୍ୟବଳରେ ସେ ଆଳ୍ପକେ ବର୍ତ୍ତି ଯାଇଥିଲେ ।

ତେବେ ଏହି ଭାଇରାଲ ଭିଡିଓଟି କେଉଁ ଦିନର ସ୍ପଷ୍ଟ ହୋଇନଥିବା ବେଳେ ଏହା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ସାହାରପଡ଼ା ରେଞ୍ଜ ମାଟିଆଗୁନି ଗ୍ରାମର ବୋଲି ସୂଚନା ମିଳିଛି । ରାତିରେ ସାହାରପଡ଼ା ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟକୁ ଦନ୍ତା ପଶି ଆସିଥିଲେ । ବିଦ୍ୟାଳୟ ବାରଣ୍ଡାରେ ଶୋଇଥିବା ରାତ୍ର ଜଗୁଆଳି ରାଜ କିଶୋର ମହାନ୍ତଙ୍କୁ ଆକ୍ରମଣ କରିଥିଲା । ଶୋଇଥିବା ଅବସ୍ଥାରେ ବାରଣ୍ଡା ଉପରକୁ ମଶାରି ସହ ଭିଡି ଟାଣି ଆଣି ତଳେ ମାଡ଼ି ପକାଇ ଥିଲା । କୌଣସି ମତେ ବାରଣ୍ଡା କଡକୁ ଗଡ଼ି ପଡ଼ିବାରୁ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ରାଜକିଶୋର । ପରେ ହାତୀ ସେଠାରୁ ଚାଲି ଯାଇଥିଲା । ରାଜକିଶୋର ଅଳ୍ପକେ ବଞ୍ଚି ଯାଇଥିବାରୁ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.